ନୂଆଦିଲ୍ଲୀ: ମହାକାଶକୁ ବାଏ ବାଏ କହିଲେ ସୁନୀତା । ଦୀର୍ଘ ୯ମାସର ରହଣି ପରେ ଶେଷରେ ପୃଥିବୀ ମୁହାଁ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବୁଚ ଓ୍ବିଲମୋର । ଏଥିପାଇଁ ଆଜି ୧୦ଟା ୩୫ରେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରୁ ସଫଳ ହୋଇଛି ଡ୍ରାଗନ୍ ସ୍ପେଶକ୍ରାଫ୍ଟର ଅନଡକିଂ ପ୍ରକ୍ରିୟା । ଏହାପରେ ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ସୁନୀତା ଏବଂ ତାଙ୍କ ସାଥି । ଯଦି ସବୁ କିଛି ବୈଜ୍ଞାନିକଙ୍କ ଯୋଜନା ଅନୁଯାୟୀ ଯାଏ, ତାହା ହେଲେ ବୁଧବାର ଭାରତୀୟ ସମୟ ଭୋର୍ ୩ଟା ୨୭ ପାଖାପାଖି ପୃଥିବୀରେ ପହଞ୍ଚିବେ ସୁନୀତା । ଆମେରିକାର ଫ୍ଲୋରିଡା ଉପକୂଳ ସମୁଦ୍ରରେ ଅବତରଣ କରିବ ସ୍ପେଶକ୍ରାଫ୍ଟ ।
ମହାକାଶରୁ ବାହାରିବା ପରେ ଦୀରତଘ ୧୭ ଘଣ୍ଟାର ଯାତ୍ରା ପରେ ପୃଥିବୀରେ ପହଞ୍ଚିବେ ସୁନୀତା । ଇଣ୍ଟନେସନ୍ୟାଲ ସ୍ପେଶଷ୍ଟେସନ ଛାଡି ସୁନିତା ୱିଲିୟମ୍ସକୁ ନେଇ ଆସୁଥିବା ଡ୍ରାଗନ୍ ସ୍ପଶକ୍ରାଫ୍ଟ ବର୍ତ୍ତମାନ ଘଣ୍ଟା ପ୍ରତି ୨୭୦୦୦ କିଲୋମିଟର ବେଗରେ ପୃଥିବୀ ଆଡକୁ ଗତି କରୁଛି । ପ୍ରାୟ ୪୨୩ କିଲୋମିଟର ଯାତ୍ରା ପରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବେ କ୍ରୁ-୯ । ଆଉ ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ହିଁ ଆରମ୍ଭ ହେବ ଅଗ୍ନିପରୀକ୍ଷା । ବାୟୁ ସହ ଘର୍ଷଣ ହୋଇ ବାହାରୁ ଏହା ଏକ ଅଗ୍ନିପିଣ୍ଡୁଳା ପାଲଟିଯିବ, ଠିକ୍ ଆକାଶରୁ ଜଳନ୍ତା ଉଲକାପିଣ୍ଡ ଖସିବା ଭଳି ପୃଥିବୀ ଆଡକୁ ଗତି କରିବ ଏହି ରକେଟ୍ । ଯେତେବେଳେ ଏହା ବାୟୁମଣ୍ଡଳ ମଧ୍ୟକୁ ପୁନଃପ୍ରବେଶ କରିବାର ନିକଟତର ହୋଇ ହୋଇ ଯିବ, କ୍ରୁ ଡ୍ରାଗନ୍ ସେତେବେଳେ ବାୟୁମଣ୍ଡଳ ସହ ଘର୍ଷଣ ପରେ ସୃଷ୍ଟି ହେଉଥିବା ତୀବ୍ର ତାପକୁ ସହ୍ୟ କରିବା ପାଇଁ ନିଜର ତାପମାତ୍ରକୁ ଅଧିକ ନିର୍ଗତ କରି ତଳକୁ ଯିବାକୁ ଚାପ ସୃଷ୍ଟି କରିବ । ଯେତେବେଳେ ପୃଥିବୀର ବାୟୁମଣ୍ଡଳରେ ପୁନଃପ୍ରବେଶ କରିସାରିବ, ଏହା ଅବତରଣକୁ ଆହୁରି ଧୀର କରିବା ପାଇଁ ପ୍ରାୟ ୬ହଜାର ଫିଟ ଉପରୁ ଚାରୋଟି ପାରାଚୁଟ୍ ନିୟୋଜିତ କରିବ । ଆଉ ପାରାସୁଟ ଦ୍ବାରା ସତର୍କତାର ସହ ଫ୍ଲୋରିଡା ଉପକୂଳରେ ଏକ ସୁରକ୍ଷିତ ଅବତରଣ କରିବ ସ୍ପେଶକ୍ରାଫ୍ଟ ।
ଦୀର୍ଘ ୯ମାସ ୧୩ ଦିନ ପରେ ପୃଥିବୀରେ ପ୍ରଥମ ଥର ପାଇଁ ପାଦ ରଖିବେ ସୁନୀତା । ଯେଉଁ ମୁହୂର୍ତ୍ତଟିକୁ ପୂରା ବିଶ୍ବ ଚାତକ ଭଳି ଚାହିଁ ରହିଛି । କିନ୍ତୁ ଏହି ପ୍ରତ୍ୟାବର୍ତ୍ତନ ମିଶନ ସେତେ ସୁରକ୍ଷିତ ନୁହେଁ ଯେତେ ଏହା ଉପରକୁ ଲାଗୁଛି । ସ୍ପେଶକ୍ରାଫ୍ଟଟି ପୃଥିବୀ ମଧ୍ୟକୁ ସଫଳ ଭାବେ ପ୍ରବେଶ କରିବା, ବାୟୁମଣ୍ଡଳ ସହ ଘର୍ଷଣ ବେଳେ ସୃଷ୍ଟି ଚାପରୁ ନିଜକୁ ରୋକିବା ଏବଂ ସବୁଠୁ ବଡ ବିଷୟ, ଠିକ୍ ସମୟରେ ପାରାସୁଟ ଟି ଖୋଲିବା । ଯାହା ଏହି ପ୍ରକ୍ରିୟା ପାଇଁ ଏକ ବଡ ବଡ ଘାଟି । ତେବେ ଏହାକୁ ନେଇ ବୈଜ୍ଞାନିକଙ୍କ କହିବାନୁଯାୟୀ, ଯଦି ବାୟୁମଣ୍ଡଳରେ ପୁନଃପ୍ରବେଶ ସମୟରେ ସଠିକ୍ ଦିଗ ଏବଂ ସ୍ପିଡ ସହ ପ୍ରବେଶ କରିବା ଦରକାର । ଯଦି ଏହା ଏକ ନିର୍ଦ୍ଦିଷ୍ଟ ଚାପ ନପକାଇପାରେ, ତାହେଲେ ଏହି ସ୍ପେଶକ୍ରାପ୍ଟଟି ଦୁର୍ଘଟଣା ଗ୍ରସ୍ତ ହୋଇପାରେ । ଯଦି ବି ଏହା ସଠିକ୍ ଭାବେ କ୍ରିୟାଶୀଳ ହୋଇଗଲା, ଆଉ ପୁନଃପ୍ରବେଶ ସମୟରେ ସ୍ପ୍ଲାଶ୍ ଡାଉନ ବେଳେ ଯଦି ପାରାଚୁଟ ଠିକ୍ ସମୟରେ ନଖୋଲିଲା, ତାହେଲେ ଏହାର ଗତି ଅଧିକ ହୋଇ କ୍ରାସ ହେବା ଭଳି ବଡ ସଙ୍କଟ ସୃଷ୍ଟି କରିବ । ଆଉ ସବୁଠୁ ବଡ ବାଧକ ହେଉଛି, ପାଗ, କିନ୍ତୁ ଯଦି ପାଗ ଭଲ ନ ରହେ ତେବେ ସମୁଦ୍ର ମଧ୍ୟରେ ଅବତରଣ ଆଉ ଏକ ବିପଦ । ତେବେ ଏହାକୁ ଦୃଷ୍ଟିରେ ରଖି ଆଉ କେଉଁଠି ଅବତରଣ କରାଯାଇପାରିବ ।
