ପୁରୀ: ଦେଶର ସମସ୍ତ ବେଳାଭୂମି ମଧ୍ଯରୁ ପୁରୀ ବେଳାଭୂମି ଅନ୍ୟତମ। ବେଳାଭୂମି ଓ ସମୂହର ସ୍ନାନର ମଜା ନେବା ଲାଗି ଦେଶ ବିଦେଶରୁ ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛି । ମାତ୍ର ଅସାମାଜିକ, ଦୁର୍ଲ୍ଲର ଓ ନିଶାଡ଼ିଙ୍କ ପ୍ରାଦୁର୍ଭାବ ଯୋଗୁଁ ପର୍ଯ୍ୟଟକମାନେ ଅସୁରକ୍ଷିତ ।
ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ବ
ଅସୁରକ୍ଷିତ ମଣ୍ତ ମଣୁଛନ୍ତି I ଆକ୍ରମଣର ଶିକାର ହେଉଛତି ତ କେତେବେଳେ ଲୁଟ ଲୁଟ୍ର ମଧ୍ୟ ଶିକାର ହେଉଛନ୍ତି । ଫଳରେ ପର୍ଯ୍ୟଟକମାନେ ଅସନ୍ତୁଷ୍ଟ ଅନୁଭୂତି ନେଇ ଫେରୁଛନ୍ତି । ଆଗକୁ ପର୍ଯ୍ୟଟନ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇଛି ପୁଲିସ। ଏ ପରିପ୍ରେକ୍ଷୀରେ କେନ୍ଦ୍ରାଞ୍ଚଳ ଡିଆଇଜି ଡ. ସତ୍ୟଜିତ୍ ନାୟକ ଓ ଏସ୍ପି ପ୍ରତୀକ ସିଂ ପୁରୀ ବେଳାଭୂମିକୁ ଯାଇ ସ୍ଥିତି ପରଖିଛନ୍ତି।
ଦିଗବାରେଣୀଠାରୁ ଷ୍ଟଲିଙ୍ଗ୍ ଛକ ଦୀର୍ଘ ୬ କିଲୋମିଟର ପର୍ଯ୍ୟନ୍ତ ଚିସ୍ତ୍ରୁତ ବେଳାଭୂମିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପର୍ଯ୍ୟଟକମାନେ କିପରି ନିର୍ଭୟରେ ପରିଭ୍ରମଣ କରିପାରିବେ ତାକୁ ଗୁରୁତ୍ବ ଦେଇଛନ୍ତି। ପୂର୍ବରୁ ସନ୍ଧ୍ୟା ସମୟରେ ବେଳାଭୂମି ରାସ୍ତାରେ ପୁଲିସ ମୁତୟନ ହେଉଥିବାବେଳେ ଏଣିକି ବେଳାଭୂମିରେ ପଇଁତରା ମାରିବ ପୁଲିସ। ସେଥିଲାଗି ଅଧିକ ସଂଖ୍ୟାରେ ଫୋର୍ସ ମୁତୟନ କରାଯିବ। ଏହାଦ୍ୱାରା ନିଶାଢ଼ି ଓ ଦୁର୍ବ୍ବରଙ୍କୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଡିଆଇଜି ଆଶାପ୍ରକଟ କରିଛନ୍ତି । କେବେଠୁ ପୁଲିସ ଫୋର୍ସ ମୁତୟନ ହେବେ ତାହା ସ୍ପଷ୍ଟ ହୋଇନାହିଁ । ଏହି ସମୟରେ ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ପୁରୀ ବେଳାଭୂମି ପରିଦର୍ଶନ ପରେ ଡିଆଇଜି ଡ. ନାୟକ ଓ ଏସ୍ପି ଶ୍ରୀ ସିଂ ବେଳାମାର୍ଗରେ ରାମଚଣ୍ଡୀ ଯାଇ ବେଲେଶ୍ଵର ମନ୍ଦିର, ରାମଚଣ୍ଡୀ ପୀଠ, ଇକୋ ରିଟ୍ରିଟ ଓ ଚନ୍ଦ୍ରଭାଗା ଉପକୂଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ଏହାସହ ନିମାପଡ଼ା ଏସ୍ଡିପିଓ ଜନାର୍ଦନ ପାଢ଼ୀ, ରାମଚଣ୍ଡା ଥାନାଧିକାରୀ ବିଚିତ୍ରା ନନ୍ଦ ପରିଡ଼ା, ମେରାଇନ୍ ଥାନାଧୁକାରୀ ପ୍ରତିମା ସାହୁଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖ୍ ପର୍ଯ୍ୟାପ୍ତ ଫୋର୍ସ ମୁତୟନ ସହ ଅନ୍ୟାନ୍ୟ ଆବଶ୍ୟକ ଦିଗ ପ୍ରତି ଦୃଷ୍ଟି ଦେବାକୁ ଡିଆଇଜି ଡ. ନାୟକ ପରାମର୍ଶ ଦେଇଥିଲେ ।
