• About Us
  • Contact Us
Friday, August 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୁରୀ, ରାମଚଣ୍ଡୀରେ ସ୍ଥିତି ଅନୁଧ୍ୟାନ କଲେ ଡିଆଇଜି, ଏସ୍‌ପି; ବେଳାଭୂମିରେ ମୁତୟନ ହେବେ ଫୋର୍ସ

by Voice of Victims
September 10, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପୁରୀ, ରାମଚଣ୍ଡୀରେ ସ୍ଥିତି ଅନୁଧ୍ୟାନ କଲେ ଡିଆଇଜି, ଏସ୍‌ପି; ବେଳାଭୂମିରେ ମୁତୟନ ହେବେ ଫୋର୍ସ

ପୁରୀ: ଦେଶର ସମସ୍ତ ବେଳାଭୂମି ମଧ୍ଯରୁ ପୁରୀ ବେଳାଭୂମି ଅନ୍ୟତମ। ବେଳାଭୂମି ଓ ସମୂହର ସ୍ନାନର ମଜା ନେବା ଲାଗି ଦେଶ ବିଦେଶରୁ ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛି । ମାତ୍ର ଅସାମାଜିକ, ଦୁର୍ଲ୍ଲର ଓ ନିଶାଡ଼ିଙ୍କ ପ୍ରାଦୁର୍ଭାବ ଯୋଗୁଁ ପର୍ଯ୍ୟଟକମାନେ ଅସୁରକ୍ଷିତ ।

ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ବ

ଅସୁରକ୍ଷିତ ମଣ୍ତ ମଣୁଛନ୍ତି I ଆକ୍ରମଣର ଶିକାର ହେଉଛତି ତ କେତେବେଳେ ଲୁଟ ଲୁଟ୍‌ର ମଧ୍ୟ ଶିକାର ହେଉଛନ୍ତି । ଫଳରେ ପର୍ଯ୍ୟଟକମାନେ ଅସନ୍ତୁଷ୍ଟ ଅନୁଭୂତି ନେଇ ଫେରୁଛନ୍ତି । ଆଗକୁ ପର୍ଯ୍ୟଟନ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇଛି ପୁଲିସ। ଏ ପରିପ୍ରେକ୍ଷୀରେ କେନ୍ଦ୍ରାଞ୍ଚଳ ଡିଆଇଜି ଡ. ସତ୍ୟଜିତ୍ ନାୟକ ଓ ଏସ୍‌ପି ପ୍ରତୀକ ସିଂ ପୁରୀ ବେଳାଭୂମିକୁ ଯାଇ ସ୍ଥିତି ପରଖିଛନ୍ତି।

ଦିଗବାରେଣୀଠାରୁ ଷ୍ଟଲିଙ୍ଗ୍ ଛକ ଦୀର୍ଘ ୬ କିଲୋମିଟର ପର୍ଯ୍ୟନ୍ତ ଚିସ୍ତ୍ରୁତ ବେଳାଭୂମିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପର୍ଯ୍ୟଟକମାନେ କିପରି ନିର୍ଭୟରେ ପରିଭ୍ରମଣ କରିପାରିବେ ତାକୁ ଗୁରୁତ୍ବ ଦେଇଛନ୍ତି। ପୂର୍ବରୁ ସନ୍ଧ୍ୟା ସମୟରେ ବେଳାଭୂମି ରାସ୍ତାରେ ପୁଲିସ ମୁତୟନ ହେଉଥିବାବେଳେ ଏଣିକି ବେଳାଭୂମିରେ ପଇଁତରା ମାରିବ ପୁଲିସ। ସେଥିଲାଗି ଅଧିକ ସଂଖ୍ୟାରେ ଫୋର୍ସ ମୁତୟନ କରାଯିବ। ଏହାଦ୍ୱାରା ନିଶାଢ଼ି ଓ ଦୁର୍ବ୍ବରଙ୍କୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଡିଆଇଜି ଆଶାପ୍ରକଟ କରିଛନ୍ତି । କେବେଠୁ ପୁଲିସ ଫୋର୍ସ ମୁତୟନ ହେବେ ତାହା ସ୍ପଷ୍ଟ ହୋଇନାହିଁ । ଏହି ସମୟରେ ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପ‌ସ୍ଥିତ ଥିଲେ ।
ପୁରୀ ବେଳାଭୂମି ପରିଦର୍ଶନ ପରେ ଡିଆଇଜି ଡ. ନାୟକ ଓ ଏସ୍‌ପି ଶ୍ରୀ ସିଂ ବେଳାମାର୍ଗରେ ରାମଚଣ୍ଡୀ ଯାଇ ବେଲେଶ୍ଵର ମନ୍ଦିର, ରାମଚଣ୍ଡୀ ପୀଠ, ଇକୋ ରିଟ୍ରିଟ ଓ ଚନ୍ଦ୍ରଭାଗା ଉପକୂଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ଏହାସହ ନିମାପଡ଼ା ଏସ୍‌ଡିପିଓ ଜନାର୍ଦନ ପାଢ଼ୀ, ରାମଚଣ୍ଡା ଥାନାଧିକାରୀ ବିଚିତ୍ରା ନନ୍ଦ ପରିଡ଼ା, ମେରାଇନ୍ ଥାନାଧୁକାରୀ ପ୍ରତିମା ସାହୁଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖ୍ ପର୍ଯ୍ୟାପ୍ତ ଫୋର୍ସ ମୁତୟନ ସହ ଅନ୍ୟାନ୍ୟ ଆବଶ୍ୟକ ଦିଗ ପ୍ରତି ଦୃଷ୍ଟି ଦେବାକୁ ଡିଆଇଜି ଡ. ନାୟକ ପରାମର୍ଶ ଦେଇଥିଲେ ।

Post Views: 52
Share198Tweet124Send
Voice of Victims

Voice of Victims

Recent Posts

  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ
  • ପତଞ୍ଜଳି ପକ୍ଷରୁ ବିଶ୍ଵ ଅଙ୍ଗଦାନ ଦିବସ ପାଳନ
  • ଦେଶପ୍ରେମ ଏବଂ ପରିବେଶର ବାର୍ତ୍ତା ନେଇ ମହିଳା ମୋର୍ଚ୍ଚା ର ତ୍ରୀରଙ୍ଗା ଶୋଭାଯାତ୍ରା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In