• About Us
  • Contact Us
Sunday, April 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦିଲ୍ଲୀ ଏୟାରପୋର୍ଟରେ ଉଡ଼ାଣ ଭରୁଥିବା ବେଳେ ବିମାନ ଇଂଜିନରେ ଲାଗିଲା ନିଆଁ, ଭିତରେ ଥିଲେ ୨୨୮ ଯାତ୍ରୀ

by Voice of Victims
April 26, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଦିଲ୍ଲୀ ଏୟାରପୋର୍ଟରେ ଉଡ଼ାଣ ଭରୁଥିବା ବେଳେ ବିମାନ ଇଂଜିନରେ ଲାଗିଲା ନିଆଁ, ଭିତରେ ଥିଲେ ୨୨୮ ଯାତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । ସ୍ବିଜରଲାଣ୍ଡ ଜୁରିଖ ଯିବାକୁ ଥିବା ସ୍ବିସ୍ ଏୟାରଲାଇନ୍ସର ବିମାନ ଉଡ଼ାଣ ଭରୁଥିବା ସମୟରେ ଇଂଜିନରେ ନିଆଁ ଲାଗିଯାଇଥିଲା । ବିମାନ ଇଂଜିନରେ ନିଆଁ ଲାଗିବା ଜାଣିବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ଯାତ୍ରୀମାନେ ଭୟରେ ଚିତ୍କାର କରିଥିଲେ । ବିମାନରେ ମୋଟ ୨୨୮ ଜଣ ଯାତ୍ରୀ ଏବଂ ୪ ଜଣ ଶିଶୁ ଥିଲେ । ଘଟଣାରେ ୬ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।

ଖବର ମୁତାବକ, ବିମାନ ସଂଖ୍ୟା ଏଲଏକ୍ସ ୧୪୭, ଏୟାରବସ୍ ଏ୩୩୦ ବିମାନ ରାତି ୧.୦୮ ମିନିଟ ସମୟରେ ରନୱେରେ ଟେକଅଫ୍ ପାଇଁ ଯାଉଥିଲା । ଆଉ ଟେକଅପ୍ କରିବା ସମୟରେ ଗୋଟେ ଇଂଜିନ ଫେଲ୍ ହୋଇ ସେଥିରେ ନିଆଁ ଲାଗିଯାଇଥିଲା । ସ୍ଥିତି ବିଷୟରେ ଜାଣିପାରି ପାଇଲଟ ତୁରନ୍ତ ଟେକଅଫକୁ ରୋକି ଦେଇଥିଲେ, ଆଉ ଏକ ବଡ଼ ଦୁର୍ଘଟଣାରୁ ବିମାନ ଅଳ୍ପକେ ବର୍ତ୍ତିଯାଇଥିଲା ।

ଘଟଣା ପରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଏମରଜେନ୍ସୀ ସ୍ଲାଇଡ ଜରିଆରେ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ବିମାନରେ ମୋଟ୍ ୨୨୮ ଜଣ ଯାତ୍ରୀ ଏବଂ ୪ ଜଣ ଶିଶୁ ଥିଲେ । ଖବର ପ୍ରସାରିତ ହେବା ପରେ ବିମାନବନ୍ଦରରେ ଯାତ୍ରୀମାନେ ଭୟଭୀତ ହୋଇ ଦୌଡାଦୌଡି କରିଥିଲେ । କିନ୍ତୁ ସୁରକ୍ଷା ଏଜେନ୍ସୀ ଏବଂ ଦମକଳ ଟିମ୍ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଏୟାରଲାଇନ୍ ତରଫରୁ ଏକ ବୟାନରେ କୁହାଯାଇଛି କି, ଘଟଣାର ଯାଞ୍ଚ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ତେବେ ଇଂଜିନରେ ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିନାହିଁ । ଏୟାରପୋର୍ଟ ଅଥରିଟି ଏବଂ ଡିଜିସିଏ ମାମଲାର ଯାଞ୍ଚ ଆରମ୍ଭ କରିଛି । ତେବେ ପ୍ରାରମ୍ଭିକ ଯାଞ୍ଚରୁ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ତେବେ ଏୟାରଲାଇନ ତରଫରୁ ସମସ୍ତ ଯାତ୍ରୀଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ସ୍ଥାନୀୟ ଟିମ୍ ଯାତ୍ରୀଙ୍କ ରହିବା ପାଇଁ ରିବୁକିଂ କିମ୍ବା ହୋଟେଲ ବ୍ୟବସ୍ଥା କରୁଛି ।

Post Views: 17
Share198Tweet124Send
Voice of Victims

Voice of Victims

Recent Posts

  • ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଦିଲ୍ଲୀ ଏୟାରପୋର୍ଟରେ ଉଡ଼ାଣ ଭରୁଥିବା ବେଳେ ବିମାନ ଇଂଜିନରେ ଲାଗିଲା ନିଆଁ, ଭିତରେ ଥିଲେ ୨୨୮ ଯାତ୍ରୀ
  • ରଥାଯାତ୍ରା ପାଇଁ ଆକ୍ସନ ପ୍ଲାନ, କାମ ସାରିବାକୁ ଡେଡଲାଇନ୍ ଦେଲେ ମୁଖ୍ୟ ଶାସନ ସଚିବ
  • ପଞ୍ଜାବରେ AAPକୁ ଲାଗିପାରେ ବଡ଼ ଝଟ୍‌କା, ଦଳ ଛାଡ଼ିପାରନ୍ତି ୨୮ ବିଧାୟକ
  • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ, କହିଲେ- ତୁରନ୍ତ ମହାନଦୀ ବିବାଦରେ ହସ୍ତକ୍ଷେପ କରନ୍ତୁ, ନହେଲେ…

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In