• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ନାମାଙ୍କନ ପତ୍ର ଦାଖଲ କଲେ ଭର୍ତ୍ତୃହରି ମହତାବ

by Voice of Victims
May 3, 2024
in ମୁଖ୍ୟ ଖବର, ରାଜ୍ୟ
ନାମାଙ୍କନ ପତ୍ର ଦାଖଲ କଲେ ଭର୍ତ୍ତୃହରି ମହତାବ

ଭୁବନେଶ୍ବର: କଟକ ବିଜେପିର ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଆସି ଭର୍ତ୍ତୃହରି ଆଜି କଟକ ଜିଲାପାଳଙ୍କ କାର୍ୟ୍ୟାଳୟରେ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ତେବେ ନାମାଙ୍କନ ଦାଖଲ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ମହତାବ କହିଛନ୍ତି ଯେ ଦୀପ ଲିଭିଲା ବେଳେ ଜୋର ଜଳେ ।  ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ ଆମର ଏହି ଲଢେଇ । ବିଶେଷ କରି ନୂଆ ଭୋଟର ମୋଦୀଙ୍କ ପଦ୍ମ ଚିହ୍ନରେ ଭୋଟ ଦେବେ । ମୋଦୀ ବିଶ୍ୱରେ ଦେଶର ସମ୍ମାନ ବଢାଇଥିବାରୁ ଯୁବ ଭୋଟ ବିଜେପି ପ୍ରତି ଆକୃଷ୍ଟ ହୋଇଥିବା ଭର୍ତ୍ତୃହରି ମହତାବ କହିଛନ୍ତି । ସୂଚନାଯୋଗ୍ୟ, ଭର୍ତ୍ତୃହରି ଜଣେ ଭାରତୀୟ ରାଜନେତା ଭାବେ ବିଜୁ ଜନତା ଦଳ (ବିଜେଡି)ର ସଦସ୍ୟ ଥିଲେ ଏବଂ ୨୮ ମାର୍ଚ୍ଚ ୨୦୨୪ରେ ବିଜେଡିରୁ ଇସ୍ତଫା ଦେଇ ସେ ବିଜେପିରେ ଯୋଗ ଦେଇଥିଲେ। ସେ ୧୯୯୮ରେ ଓଡ଼ିଶାର କଟକ ନିର୍ବାଚନମଣ୍ଡଳୀରୁ ଦ୍ୱାଦଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ସେ ଏହି ନିର୍ବାଚନମଣ୍ଡଳୀରୁ କ୍ରମାଗତ ଭାବେ ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ସେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୭ରେ ସଂସଦୀୟ ପୁରସ୍କାର ବି ପାଇଥିଲେ।

Post Views: 33
Share199Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In