ମହିଳାଙ୍କ ପ୍ରତି ହେଉଥିବା ହିଂସା ବିଲୋପ ପାଇଁ ଆନ୍ତର୍ଜାତୀୟ ଦିବସ” ୨୫ ନଭେମ୍ବରରେ ଆରମ୍ଭ ହେବ ଏବଂ ୧୦ ଡିସେମ୍ବରରେ ଶେଷ – ୧୬ ଦିନ ପର୍ଯ୍ୟନ୍ତ ଚାଲିବ।
ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) -୫ ର ପରିସର ହେଉଛି – ଲିଙ୍ଗଗତ ସମାନତା ହାସଲ କରନ୍ତୁ ଏବଂ ସମସ୍ତ ମହିଳା ଏବଂ ବାଳିକାଙ୍କୁ ସଶକ୍ତ କରନ୍ତୁ | ଲିଙ୍ଗଗତ ସମାନତା କେବଳ ଏକ ମୈ।ଳିକ ମାନବ ଅଧିକାର ନୁହେଁ, ବରଂ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ସ୍ଥାୟୀ ବିଶ୍ୱ ପାଇଁ ଏକ ଆବଶ୍ୟକ ଭିତ୍ତିଭୂମି |
ଗତ ଦଶନ୍ଧି ମଧ୍ୟରେ କିଛି ଅଗ୍ରଗତି ହୋଇଛି, କିନ୍ତୁ ୨୦୩୦ ସୁଦ୍ଧା ଲିଙ୍ଗଗତ ସମାନତା ହାସଲ କରିବାକୁ ହେଲେ ଆହୁରି ଅନେକ ତ୍ୱରିତ ପଦକ୍ଷେପ ର ଆବଶ୍ୟକତା ରହିଛି।
ଚଳିତ ବର୍ଷ, ୨୦୨୩, ଜାତିସଂଘର ମହାସଚିବଙ୍କ UNiTE! ଅଭିଯାନ ୨୨ ନଭେମ୍ବର ବୁଧବାର ଦିନ ମହିଳାଙ୍କ ପ୍ରତି ହେଉଥିବା ହିଂସା ବିଲୋପ ପାଇଁ ଆନ୍ତର୍ଜାତୀୟ ଦିବସ ପାଳନ କରିବ।
ସାର୍ବଜନୀନ ବୃହତ ଥିମ୍ “UNiTE! ଅଧିନରେ ମହିଳା ଏବଂ ବାଳିକାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ବିନିଯୋଗ କରନ୍ତୁ”, ଏହି କାର୍ଯ୍ୟକ୍ରମ ହିଂସାକୁ ପ୍ରଥମରୁ ରୋକିବା ପାଇଁ ରଣନୀତିର ଉପରେ ଗୁରୁତ୍ୱ ପ୍ରଦାନ କରିବ, ବର୍ଦ୍ଧିତ ପୁଞ୍ଜି ବିନିଯୋଗକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ୧୬ ଦିନର କାର୍ଯ୍ୟକଳାପକୁ ଆରମ୍ଭ କରିବ।
ନଭେମ୍ବର ୨୫ ହେଉଛି “ମହିଳା ଏବଂ ବାଳିକାଙ୍କ ପ୍ରତି ହେଉଥିବା ହିଂସା ରୋକିବା ପାଇଁ ଆନ୍ତର୍ଜାତୀୟ ଦିବସ”। ବିଶ୍ଵ ମାନବିକ ଅଧିକାରର ଉଲ୍ଲଂଘନ ମଧ୍ୟରୁ ଏହା ହେଉଛି ଅନ୍ୟତମ।
ସର୍ବଭାରତୀୟ ସ୍ତରରେ, ଆନୁମାନିକ ୭୩୬ ନିୟୁତ ମହିଳା – ପ୍ରାୟ ତିନିଜଣଙ୍କ ମଧ୍ୟରୁ ଜଣେ ଜୀବନରେ ଅତି କମରେ ଥରେ ଯୈ।ନ ହିଂସାର ଶିକାର ହୋଇଥାନ୍ତି।
କର୍ମକ୍ଷେତ୍ର ଏବଂ ଅନ୍ଲାଇନ୍ ମାଧ୍ୟମରେ ଜୈ।ନ ହିଁସା ଦୁର୍ଦ୍ଦଶା ତୀବ୍ର ହୋଇ ଚାଲିଛି।
ମହାମାରୀ ପରବର୍ତ୍ତୀ ସମୟରୁ ଏବଂ ବିଭିନ୍ନ କାରଣ ତଥା ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେତୁ ଏହି ନିର୍ଯ୍ୟାତନା ବଢ଼ିଚାଲିଛି।
ଏହି ବର୍ଷ ୨୦୨୩ର ଅଭିଯାନ “ମହିଳା ଏବଂ ବାଳିକାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ନିବେଶ” ନାଗରିକମାନଙ୍କୁ ଆଉହାନ କରିବ ଯେ ସେମାନେ ମହିଳା ଏବଂ ବାଳିକାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ଧ୍ୟାନ ଦେବା ଜରୁରୀ ଏବଂ ଲିଙ୍ଗ ଭିତ୍ତିକ ହିଂସା ରୋକିବାରେ ସେମାନେ କିପରି ଅର୍ଥ ଏବଂ ସହଯୋଗ ବିନିଯୋଗ କରୁଛନ୍ତି ତାହା ପ୍ରତ୍ସାହନ ପାଇବା ଉଚିତ।
ଟିମ୍ ଭଏସ ଅଫ୍ ଭିକ୍ଟିମ୍ସ।
