• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସ୍ୱାସ୍ଥ୍ୟ

ସ୍ତନ କର୍କଟର କାରଣ ଓ ନିରାକରଣ

by Voice of Victims
December 4, 2023
in ବିଶେଷ ପୃଷ୍ଠା, ସ୍ୱାସ୍ଥ୍ୟ
ସ୍ତନ କର୍କଟର କାରଣ ଓ ନିରାକରଣ

ଆମ ଦେଶରେ ବିଭିନ୍ନ କାରଣ ଯୋଗୁଁ ଏବେ କର୍କଟ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରେ ସ୍ତନ କର୍କଟର ମାତ୍ରା ଯଥେଷ୍ଟ ଅଧୁକ ଥିବା ଜଣାପଡ଼ିଛି । ସଚେତନତାର ଅଭାବ ଏବଂ ଉପଯୁକ୍ତ ସମୟରେ ଚିକିତ୍ସା ଆରମ୍ଭ ନକରିବା ଯୋଗୁଁ ଏହି ରୋଗ ମଣିଷ ଶରୀରରେ କାୟା ବିସ୍ତାର କରୁଛି ।
ଏହାର ନିରାକରଣ ପାଇଁ ପ୍ରତିବର୍ଷ ଅକ୍ଟୋବର ମାସରେ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଉଛି । ଭାରତରେ ପ୍ରାୟ ୧.୬୫ ଲକ୍ଷ ନୂତନ ପ୍ରକାର ସ୍ତନ କର୍କଟ ଚିହ୍ନଟ ହୋଇଛି ଯାହାକି ସମସ୍ତ କର୍କଟ ରୋଗର ୧୪ ପ୍ରତିଶତ ଅଟେ । ପ୍ରତି ୪ ମିନିଟ୍‌ରେ ଜଣେ ନୂଆ ସ୍ତନ କର୍କଟ ରୋଗୀ ଚିହ୍ନଟ ହେଉଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି । ଏପରିକି ପ୍ରତି ୨୨ଜଣ ମହିଳାଙ୍କ ମଧ୍ୟରେ ଜଣକୁ ଏହି ଯୋଗ ହୋଇଥାଏ । ସବୁଠାରୁ ଉଦ୍‌ବେଗର ବିଷୟ ଯେ ଏହି କର୍କଟ ରୋଗ କେବଳ ନାରୀ ନୁହଁନ୍ତି ପୁରୁଷଙ୍କ ଶରୀରରେ ମଧ୍ୟ ଦେଖାଯାଇଛି । ପ୍ରତ୍ୟେକ ୧୦୦ ଜଣ ସ୍ତନ କର୍କଟ ରୋଗୀଙ୍କ ମଧ୍ୟରେ ଜଣେ ପୁରୁଷ ରହିଛନ୍ତି । ପ୍ରାୟତଃ ୪୦ ରୁ ୫୦ ବର୍ଷ ମହିଳାଙ୍କ ଶରୀରରେ ଏହା ଦେଖାଯାଇଥାଏ । ପାଶ୍ଚାତ୍ୟ ଦେଶମାନଙ୍କରେ ୮୦ରୁ ୯୦ ଶତକଡ଼ା ରୋଗୀ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୋଇଥାନ୍ତି ।
ଅକ୍ଟୋବର ମାସରେ କର୍କଟ ବିଷୟରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଥାଏ । ଏହାର ଚିକିତ୍ସା ପଦ୍ଧତି ମଧ୍ୟ ଅତ୍ୟନ୍ତ ସହଜ ଓ ସରଳ ଅଟେ । ଶୀଘ୍ର ଚିହ୍ନଟ କରିବାର ଗୁରୁତ୍ୱ ଏହି ମାସରେ ବିଷୟବସ୍ତୁ ରହିଛି । ସ୍ତନ କର୍କଟ ରୋଗ ଶୀଘ୍ର ଚିହ୍ନଟ ହେଲେ ରୋଗୀଟି ସଂପୂର୍ଣ୍ଣ ଆରୋଗ୍ୟଲାଭ କରିଥାଏ । ଇଷ୍ଟ୍ରୋଜେନ୍ ବା ହରମୋନ୍‌ର ଅତ୍ୟଧିକ କ୍ଷରଣ ଏବଂ ଅଧିକ ସମୟ ପ୍ରବାହିତ ହେଲେ ସ୍ତନ କର୍କଟର ଆଶଙ୍କା ବଢ଼ିଥାଏ । କମ୍ ବୟସରେ ଋତୁସ୍ରାବ ଆରମ୍ଭ ଏବଂ ଏହା ଅଧିକ ବର୍ଷ ଧରି ଚାଲୁ ରହିବା, ସନ୍ତାନହୀନତା, ବିଳମ୍ବରେ ଗର୍ଭଧାରଣ, ଶିଶୁକୁ ସ୍ତନ୍ୟପାନ ନକରାଇବା ଆଦି କାରଣରୁ ଏହି ରୋଗ ହୋଇଥାଏ । ହରମୋନ୍ ଥେରାପି ଓ ବିକିରଣ ଚିକିତ୍ସା ଆଦିରେ ଏହି କର୍କଟର ସମ୍ଭାବନା ମଧ୍ୟ ଥାଏ । ମେଦବହୁଳତା, ମଦ୍ୟପାନ, ଧୂମ୍ରପାନ, କମ୍ ଶାରୀରିକ ପରିଶ୍ରମ, ଅତ୍ୟଧ୍ୱକ ଚର୍ବିଜାତୀୟ ଖାଦ୍ୟ କାରଣ ଯୋଗୁଁ ଏହି ରୋଗ ହେବାର ଆଶଙ୍କା ବଢ଼ିଥାଏ । ୫ରୁ ୧୦ ପ୍ରତିଶତ ସ୍ତନ କର୍କଟ ବଂଶାନୁଗତିକ କାରଣ ଯୋଗୁଁ ହୋଇଥାଏ । ସ୍ତନରେ ଆବୁ ବା ଗେଟା ଏବଂ ରକ୍ତକ୍ଷରଣ, ସ୍ତନର ଆକୃତି ଓ ଆକାରରେ ପରିବର୍ତ୍ତନ ଓ କାଖରେ ଲସିକା ଗ୍ରନ୍ଥି ବୃଦ୍ଧି ହେବା ଏହି ରୋଗର ମୁଖ୍ୟ ଲକ୍ଷଣ । ରୋଗ ନିରୂପଣ ମାମୋଗ୍ରାଫି, ସୋନଗ୍ରାଫି ଏବଂ ମାଂସ ପରୀକ୍ଷା ଆଦି କରାଯାଇ ଏହି ଯୋଗ ଚିହ୍ନଟ କରାଯାଏ । ସିଟି ସ୍କାନ୍ ବୋନ୍ ସ୍କାନ୍ ଆଦି ପରୀକ୍ଷା ମଧ୍ୟ ଏଥିପାଇଁ ହୋଇଥାଏ । ଉନ୍ନତ ଚିକିତ୍ସା ପଦ୍ଧତି ଦ୍ୱାରା ଏହାର ନିରାକରଣ କରାଯାଇଥାଏ ।


ଡାକ୍ତର ପ୍ରଶାନ୍ତ କୁମାର ପରିଡ଼ା
ମେଡ଼ିକାଲ ଅଙ୍କୋଲୋଜିଷ୍ଟ, କଟକ

Post Views: 443
Share200Tweet125Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In