• About Us
  • Contact Us
Friday, August 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଧନୁ ତୀର ଧରି ଆତଙ୍କ ଖେଳାଉଛି ଯୁବକ

by Voice of Victims
September 25, 2024
in ମୁଖ୍ୟ ଖବର, ରାଜ୍ୟ
ଧନୁ ତୀର ଧରି ଆତଙ୍କ ଖେଳାଉଛି ଯୁବକ

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ମହୁଲପଡ଼ା ଥାନା ଅନ୍ତର୍ଗତ ବଡ଼ଜଲ ଗାଁ ସ୍କୁଲ ଛାତ ଉପରେ ବସି ଉତ୍ପାତ ମଚାଉଛି ଜଣେ ଯୁବକ। ତଳକୁ ଓହ୍ଲାଇବାକୁ ଡାକିବାରୁ ଧନୁତୀର ଓ ବାଟୁଳି ମାରୁଛି। ଗତକାଲିଠାରୁ ପୁଲିସକୁ ନାକେଦମ୍ କରି ରଖିଛି ଏହି ଉଦ୍ଧତ ଯୁବକ।ଯୁବକ ଜଣଙ୍କ ବଡ଼ଜଲ ଗ୍ରାମର ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଚଢ଼ି ଯାଇଛି। ଗତକାଲି ସ୍କୁଲ ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ସଂପୃକ୍ତ ଯୁବକଙ୍କୁ ଛାତ ଉପରେ ବସିଥିବା ଦେଖି ତଳକୁ ଓହ୍ଲାଇବା ପାଇଁ କହିଥିଲେ। ହେଲେ ଯୁବକ ଜଣଙ୍କ ତଳକୁ ନ ଓହ୍ଲାଇ ବାଟୁଳି ଓ ଧନୁତୀର ଦେଖାଇ ଭୟବୀତ କରିଥିଲା। ପରେ ଘଟଣାସଂପର୍କରେ ମହୁଲପଦା ଥାନାକୁ ଖବର ଦିଆଯାଇଥିଲା।ମହୁଲପଦା ଆଇଆଇସି ସୁରେଶ ପ୍ରଧାନ ଓ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ତଳକୁ ଓହ୍ଳାଇବାକୁ କହିଥିଲେ। ହେଲେ ସଂପୃକ୍ତ ଯୁବକ ଜଣଙ୍କ ପୁଲିସ ଉପରକୁ ଧନୁତୀର ମାଡ଼ କରିଥିଲା। ଏହି ତୀରଟି ଆଇଆଇସିଙ୍କ ହାତରେ ବାଜିଥିଲା। ଅଧିକ ରାତି ହେବାରୁ ଯୁବକଙ୍କୁ କାବୁ କରିବା ସମ୍ଭବ ହୋଇନଥିଲା। ରାତିସାରା ପୁଲିସ ସ୍କୁଲ ଛାତ ଚାରିପାଖେ ଘେରି ରହିଥିଲା। ଆଜି ସକାଳେ ମଧ୍ୟ ପୁଲିସ ଟିମ୍ ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା କରୁଛି। ୨ ପ୍ଲାଟୁନ ଫୋର୍ସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।ଆହତ ଆଇଆଇସି କହିଛନ୍ତି, ଯୁବକଙ୍କୁ ଛାତରୁ ତଳକୁ ଓହ୍ଲାବାକୁ ଡାକିବାରୁ ଧନୁତୀର ମାଡ଼ କରିଥିଲା। ତୀରଟି ମୋ ହାତରେ ବାଜିଥିଲା। ଯୁବକଙ୍କୁ କାବୁ କରିବା ପାଇଁ ଚେଷ୍ଟା  କରାଯାଉଛି।

Post Views: 45
Share200Tweet125Send
Voice of Victims

Voice of Victims

Recent Posts

  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ
  • ପତଞ୍ଜଳି ପକ୍ଷରୁ ବିଶ୍ଵ ଅଙ୍ଗଦାନ ଦିବସ ପାଳନ
  • ଦେଶପ୍ରେମ ଏବଂ ପରିବେଶର ବାର୍ତ୍ତା ନେଇ ମହିଳା ମୋର୍ଚ୍ଚା ର ତ୍ରୀରଙ୍ଗା ଶୋଭାଯାତ୍ରା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In