କଟକ: ରୋଟାରୀ କ୍ଲବ୍ ଅଫ୍ କଟକ କ୍ୟାଣ୍ଟନମେଣ୍ଟର ଏକ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କ୍ଲବ୍ର ସଭାପତି ରୋଟାରିଆନ୍ ଜ୍ୟୋତି ରଞ୍ଜନ ଲେଙ୍କା ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ସାଦ୍ ହାସମି ଏବଂ କୋଷାଧ୍ୟକ୍ଷ ଅନଙ୍ଗ ନାୟକଙ୍କ ସମେତ ବୋର୍ଡ ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ କ୍ଲବ୍ର ଆଗାମୀ କାର୍ଯ୍ୟକ୍ରମ, ସାମାଜିକ ସେବାମୂଳକ ପଦକ୍ଷେପ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମାଜର ଉନ୍ନତି ତଥା ଆବଶ୍ୟକତା ଥିବା ଲୋକଙ୍କ ସହାୟତା ପାଇଁ କ୍ଲବ୍ର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ମଧ୍ୟ ମତବିନିମୟ ହୋଇଥିଲା।
ଏହି ବୈଠକରେ ବୋର୍ଡ଼ର ସଦସ୍ୟ ବିଶ୍ୱଜିତ ସେନାପତି, ତବସୁମ ଅଖତର, ଶୁଭ୍ରା ମହାନ୍ତି, ସ୍ୱସ୍ମିତ ସ୍ୱରୂପ ସାମଲ, ପ୍ରଭାତ ମିଶ୍ର ଏବଂ ସାଜିଆ ହାସମିଙ୍କ ଉପସ୍ଥିତ ଥିଲେ। “ସେବା ମାଧ୍ୟମରେ ସମାଜରେ ସ୍ଥାୟୀ ପରିବର୍ତ୍ତନ ଆଣିବା” ରୋଟାରୀ କ୍ଲବ୍ ଅଫ୍ କଟକ କ୍ୟାଣ୍ଟନମେଣ୍ଟ ଲକ୍ଷ୍ୟ ହେଉ ବୋଲି ବୋର୍ଡ ବୈଠକରେ ମତ ପ୍ରକାଶ ପାଇଥିଲା।
