• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅଠର ତମ ପ୍ରବାସୀ ଭାରତୀୟ ଦିବସ-୨୦୨୫, ବ୍ୟଞ୍ଜନ ହିଁ ଗୋଟିଏ ଦେଶର ସଂସ୍କୃତିର ପରିଚୟ: ଶେଖାୱତ

by Voice of Victims
January 10, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଅଠର ତମ ପ୍ରବାସୀ ଭାରତୀୟ ଦିବସ-୨୦୨୫, ବ୍ୟଞ୍ଜନ ହିଁ ଗୋଟିଏ ଦେଶର ସଂସ୍କୃତିର ପରିଚୟ: ଶେଖାୱତ

ଭୁବନେଶ୍ୱର: ‘ବ୍ୟଞ୍ଜନ ହିଁ ଗୋଟିଏ ଦେଶର ସଂସ୍କୃତିର ପରିଚୟ। ନିଜ ଘରୋଇ ଖାଦ୍ୟକୁ ପ୍ରଭାବଶାଳୀ ଭାବରେ ପ୍ରସାର ଓ ପ୍ରଚାର କରିବା ପାଇଁ ନିଜ ସଂସ୍କୃତି ବିଷୟରେ କୌଣସି ସଂକୋଚ ପ୍ରକାଶ ନ କରିବା ଉଚିତ।’ ଅଠର ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦ୍‌ଯାପନୀ ଦିବସରେ ଅନୁଷ୍ଠିତ ‘ପ୍ରବାସୀ ବିତର୍କ: ସଂସ୍କୃତି, ସଂଯୋଗ ଏବଂ ସମ୍ପର୍କ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଏହା କହିଛନ୍ତି ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌। ସେ କହିଛନ୍ତି ଯେ ପ୍ରବାସୀ ଭାରତୀୟମାନେ ବିଦେଶରେ ଭାରତର ସମୃଦ୍ଧ ଐତିହ୍ୟର ବାହକ। ଅନେକ ପ୍ରବାସୀ ଭାରତୀୟ ବିଦେଶରେ ଭାରତୀୟ ଖାଦ୍ୟ ଓ ପରମ୍ପରାକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ତୁଲାଉଛନ୍ତି। ଯୋଗ, ସଙ୍ଗୀତ, ଖାଦ୍ୟ ଓ କଳା ଭଳି ସୂକ୍ଷ୍ମ ଶକ୍ତି ବିଶ୍ୱବ୍ୟାପୀ ପ୍ରଶଂସା ଭାଜନ ବି ହୋଇପାରିଛି। ନ୍ୟୁୟର୍କର ଖାଦ୍ୟ ଟ୍ରକ୍‌ରୁ ଲଣ୍ଡନର ମିସେଲିନ୍‌-ତାରକା ପ୍ରତିଷ୍ଠାନ ପର୍ଯ୍ୟନ୍ତ ଭାରତୀୟ ଖାଦ୍ୟର ଚାହିଦା ଆମର ରାନ୍ଧଣା ଐତିହ୍ୟ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। ଟାଇମ୍ସ ସ୍କୋୟାରରେ ଦୀପାବଳି ପୋଷ୍ଟର ଓ ବିଦେଶର ବିଭିନ୍ନ ସ୍ଥାନରେ ଦୀପାବଳି ଚିତ୍ରକଳା ଦେଖିବା ସମୟରେ ଆମକୁ ଗର୍ବ ଅନୁଭବ ହୁଏ। ଆମର ସହଭାଗୀ ଐତିହ୍ୟର ଅବଦାନ ଭାବରେ ଭାରତର ପର୍ଯ୍ୟଟନ କ୍ଷେତ୍ରରେ ପ୍ରବାସୀ ଭାରତୀୟଙ୍କ ନିବେଶ କରିବା ଜରୁରୀ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶେଖାୱତ ଆହ୍ୱାନ ଦେଇଛନ୍ତି। ଆନ୍ତର୍ଜତୀକ ସ୍ତରରେ ଖୁବ୍ ସୂନାମ ଅର୍ଜିଥିବା ସେଫ୍ ରଣବୀର ବ୍ରାର କହିଛନ୍ତି ଯେ ଗତ କିଛି ବର୍ଷ ଧରି ଭାରତୀୟ ଖାଦ୍ୟ ଏହାର ସ୍ୱାଦ ପାଇଁ ନୁହେଁ ବରଂ ଭାରତୀୟ ସଂସ୍କୃତି ଓ ପରମ୍ପରା ବିଶ୍ୱ ମଞ୍ଚରେ ସମ୍ମାନ ଅର୍ଜନ କରିଛି। ପୂର୍ବରୁ ବିଦେଶରେ ରେଷ୍ଟୁରାଣ୍ଟ ସ୍ଥାପନ କରିବାବେଳେ, ମୁଁ ମଡର୍ଣ୍ଣ ଇଣ୍ଡିଆନ୍ ରେଷ୍ଟୁରାଣ୍ଟ ଭଳି ହାଇଫେନେ ଫୁଡ୍ ଶବ୍ଦ ବ୍ୟବହାର କରୁଥିଲି। କିନ୍ତୁ ଏବେ କେବଳ ଭାରତୀୟ ରେଷ୍ଟୁରାଣ୍ଟ ନାମ ଯଥେଷ୍ଟ। ଗ୍ରାହକମାନଙ୍କୁ ଆପେ ଆପେ ଆକର୍ଷିତ ହୋଇ ଆସୁଛନ୍ତି। ଗତ ୨୫ ବର୍ଷ ମଧ୍ୟରେ ଲୋକମାନେ ଖାଦ୍ୟ ଓ ସଂସ୍କୃତିକୁ ଏକାଠି ଦେଖିବା ଆରମ୍ଭ କରିଥିବାରୁ ଏହା ସମ୍ଭବ ହୋଇଛି ବୋଲି ବ୍ରାର ମତ ପ୍ରକାଶ କରିଛନ୍ତି। ଉକ୍ତ ଆଲୋଚନାଚକ୍ରର ମଞ୍ଚ ପରିଚାଳନା କରାଇଥିଲେ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଡିଜି କେ. ନନ୍ଦିନୀ ସିଙ୍ଗଲା। ମରିସସ୍‌ର କଳା ଓ ସଂସ୍କୃତି ମନ୍ତ୍ରୀ ମହେନ୍ଦ୍ର ଗୋଣ୍ଡିଆ, ଭୁଟାନର ଲେଖିକା, ଡିଜାଇନର ତଥା କଳାକାର ସୁଶ୍ରୀ ଚାର୍ମି ଛେଦା, ୟୁକ୍ରେନ୍‌ର ଅର୍ଣ୍ଣବ ରାୟଚୂଡ଼ାମଣି, ନ୍ୟୁଜିଲାଣ୍ଡର ସୁଶ୍ରୀ ବାଣିସା ଧୀରୁ, ଓମାନ୍‌ର ଐଶ୍ୱର୍ଯ୍ୟା ହେଗ୍‌ଡେ, ଉଗାଣ୍ଡାର ପ୍ରବେଶ କୁମାର ରତିଲାଲ ମେହେତା, ମଲେୟେସିଆର ଶଙ୍କର କଂଦସାମୀ, ଇଟାଲିର ସୁଶ୍ରୀ ଉର୍ମିଳା ଚକ୍ରବର୍ତ୍ତୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

Post Views: 51
Share197Tweet123Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In