• About Us
  • Contact Us
Wednesday, September 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଫ୍ଲାଇଦୁବାଇ ବିମାନକୁ ଅପହରଣ କରିବା ଆଶଙ୍କା, ବିମାନରେ ଥିଲେ ୧୫୦ରୁ ଅଧିକ ଯାତ୍ରୀ

by Voice of Victims
September 30, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଫ୍ଲାଇଦୁବାଇ ବିମାନକୁ ଅପହରଣ କରିବା ଆଶଙ୍କା, ବିମାନରେ ଥିଲେ ୧୫୦ରୁ ଅଧିକ ଯାତ୍ରୀ

ଦୁବାଇ : ଦୁବାଇରୁ ଇସ୍ରାଏଲର ତେଲ ଅବିବକୁ ଯାଉଥିବା ଫ୍ଲାଇଦୁବାଇ ବିମାନକୁ ଅପହରଣ କରିନେଇଥିବା ଆଶଙ୍କା କରାଯାଉଛି । ଫ୍ଲାଇଟ୍ ଟ୍ରେକିଂ ଡାଟା ଅନୁସାରେ, ଦୁବାଇରୁ ତେଲ ଅବିବ ଯାଉଥିବା ଫ୍ଲାଇ ଦୁବାଇର ଏକ ଯାତ୍ରୀ ବିମାନ ସାଉଦି ଆରବ ଉପରେ ଉଡ଼ାଣ ଭରୁଥିବା ସମୟରେ ଏମରଜେନ୍ସୀ ଆଲର୍ଟ ଜାରି କରାଯାଇଛି ।

ସାଉଦି ଆରବ ଆକାଶ ସୀମାରେ ଉଡ଼ୁଥିବା ବେଳେ ବିମାନଟି ଜରୁରୀ ସଙ୍କେତ ଦେବା ପରେ ଏହାର ଗତିପଥ ବଦଳାଯାଇଥିଲା । ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଏବଂ ଇସ୍ରାଏଲୀ ସୁରକ୍ଷା ରିପୋର୍ଟ ଅନୁସାରେ, ବିମାନଟି ଉଡ଼ାଣ ସମୟରେ ସ୍କ୍ୱାକ୍ ୭୭୦୦ ଜରୁରୀ ସଙ୍କେତ ଦେଇଥିଲା । ଏହି କୋଡ୍ ସାଧାରଣତଃ ବିମାନରେ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ବ୍ୟବହାର କରାଯାଏ । ଏହି ସଙ୍କେତ ପରେ ବିମାନକୁ ନେଇ ହାଇଜାକ୍ ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ସୁରକ୍ଷା ବ୍ୟବସ୍ଥାକୁ ତୁରନ୍ତ ସକ୍ରିୟ କରାଯାଇଥିଲା । ତେବେ ବିମାନଟି ପ୍ରକୃତରେ ହାଇଜାକ୍ ହୋଇଥିବା ନେଇ କୌଣସି ନିଶ୍ଚିତ ସୂଚନା ନଥିଲା ।

ରିପୋର୍ଟ ଅନୁସାରେ, ବିମାନରେ ୧୫୦ରୁ ଅଧିକ ଯାତ୍ରୀ ଥିଲେ । ଜରୁରୀ ସଙ୍କେତ ପରେ ପରିସ୍ଥିତି ଉପରେ ନଜର ରଖିବାକୁ ଦୁଇଟି ଯୁଦ୍ଧ ବିମାନ ସକ୍ରିୟ କରାଯାଇଥିବା ରିପୋର୍ଟ ରହିଛି । ଘଟଣାକୁ ନେଇ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଜରୁରୀ ସୁରକ୍ଷା ଆଲୋଚନା କରିଥିବା ମଧ୍ୟ କୁହାଯାଇଛି । ଫ୍ଲାଇଦୁବାଇ ବିମାନଟି ପରେ ସାଉଦି ଆରବ ଆଡ଼କୁ ଡାଇଭର୍ଟ ହୋଇଥିଲା । କେଉଁ କାରଣରୁ ଜରୁରୀ ସଙ୍କେତ ଦିଆଯାଇଥିଲା ଏବଂ ବିମାନ ଭିତରେ ପ୍ରକୃତରେ କ’ଣ ଘଟିଥିଲା, ସେନେଇ ଅଧିକ ସ୍ପଷ୍ଟ ତଥ୍ୟକୁ ଅପେକ୍ଷା କରାଯାଉଛି ।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ, ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • ସେବା ପକ୍ଷ ଅଭିଯାନରେ ପରିବେଶ ସୁରକ୍ଷାର ବାର୍ତ୍ତା; ବୃକ୍ଷରୋପଣ, ପ୍ଲାଷ୍ଟିକ୍ ମୁକ୍ତ ସଚେତନତା ଓ ପରିବେଶ ଅନୁକୂଳ ବିକଳ୍ପ ଉପରେ ଆଲୋଚନା
  • ଜଳିଗଲା ବାଇକ୍ ସୋରୁମ
  • ରଣପୁରରେ ସର୍ବ ଭାରତୀୟ ସ୍ତରୀୟ ସେବାପକ୍ଷ ପାଳିତ
  • କ୍ୟାନ୍ସର ଔଷଧର ଦାମ ୧୦ ଗୁଣ ବଢ଼ାଇବା ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In