• About Us
  • Contact Us
Saturday, April 18, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଆଜିଠାରୁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ

by Voice of Victims
December 25, 2024
in ମୁଖ୍ୟ ଖବର, ରାଜ୍ୟ
ଆଜିଠାରୁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ

ଭୁବନେଶ୍ବର: ବୁଧବାରଠାରୁ ଆସନ୍ତା ମାସ ଅର୍ଥାତ୍‌ ଜାନୁଆରୀ ୨ ତାରିଖ ଯାଏ ସ୍ଥଗିତ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ୟ୍ୟ । ଆଗକୁ ପଡ଼ୁଥିବା ସରକାରୀ ଛୁଟି ଏବଂ ଆସୁଥିବା ନୂଆ ବର୍ଷର ଭିଡ଼କୁ ନିୟନ୍ତ୍ରଣ ସହ ଠାକୁରଙ୍କ ଶୃଙ୍ଖଳିତ ନୀତି ପରିଚାଳନା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ୩ ତାରିଖରୁ ପୁନଶ୍ଚ ରତ୍ନଭଣ୍ଡାର କାମ ସରକାରଙ୍କ ଦ୍ୱାରା ଜାରି ଏସ୍‌ଓପି ମୁତାବକ ଏଏସ୍‌ଆଇ କରିବ ।  ସୂଚନା ମୁତାବକ,  ବଡ଼ଦିନ ଛୁଟି ଥିବା ବେଳେ ୨୬ରେ ସଫଳା ଏକାଦଶୀ, ୨୮ ତାରିଖ ଚତୁର୍ଥ ଶନିବାର, ୨୯ ତାରିଖ ରବିବାର, ୩୦ ତାରିଖ ବକୁଳ ଅମାବାସ୍ୟା, ୩୧ ତାରିଖ ଚଳିତ ବର୍ଷ ଶେଷ ଦିନ ଓ ୨୦୨୫ ପହିଲା ନୂଆବର୍ଷ ଆରମ୍ଭ । ତେଣୁ ବଡ଼ଦିନ ଛୁଟି ଓ ନୂଆବର୍ଷ ପାଳନ ନିମନ୍ତେ ପୁରୀକୁ ଯାତ୍ରୀଙ୍କ ଭିଡ଼ ବଢ଼ିବ । ଯାତ୍ରୀମାନେ ପୁରୀ ବୁଲିବା ସହ ଶ୍ରୀମନ୍ଦିରକୁ ଠାକୁର ଦର୍ଶନ ନିମନ୍ତେ ଆସିବେ । ଯେହେତୁ ପ୍ରତିଦିନ ରତ୍ନଭଣ୍ଡାର ମରାମତି ନିମନ୍ତେ ଦ୍ୱିତୀୟ ଭୋଗ ମଣ୍ଡପପରଠାରୁ ପ୍ରାୟତଃ ଦିନ ୧ଟାଠାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ୟ୍ୟନ୍ତ ଏଏସ୍‌ଆଇକୁ ସମୟ ଦିଆଯାଉଛି ତେଣୁ ଭିତରକାଠ ଦର୍ଶନ ବ୍ୟବସ୍ଥା ବନ୍ଦ ରହୁଛି । କାମ ସରିବା ପରେ ପରବର୍ତ୍ତୀ ନୀତି ମଧ୍ୟ ଆରମ୍ଭ ହେଉଛି । ତେଣୁ ଭିଡ଼ ଦିନମାନଙ୍କରେ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏହାଛଡ଼ା ୨୭, ୨୮ ତାରିଖରେ ନାଟମଣ୍ଡପରେ ନୂଆ ବ୍ୟାରିକେଡ୍‌ ଓ ରାମ୍ପ ଦର୍ଶନ ବ୍ୟବସ୍ଥାକୁ ପରୀକ୍ଷା ମୂଳକ ଭାବେ କରାଯିବାକୁ ସ୍ଥିର ହୋଇଛି । ତେଣୁ ସାମଗ୍ରିକ ସ୍ଥିତିକୁ ଦେଖି ପ୍ରଶାସନ ସାମୟିକ ରତ୍ନଭଣ୍ଡାର ମରାମତିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

Post Views: 33
Tags: From today
Share198Tweet124Send
Voice of Victims

Voice of Victims

Recent Posts

  • “ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ
  • ରାଜ୍ୟପାଳଙ୍କୁ ଭେଟିଲେ ପୋଲିସ କମିଶନର, ରାଜଭବନରେ IRS ଅଫିସରଙ୍କ ସହ ଉପୁଜିଥିବା ବିବାଦ ମାମଲା
  • ପୁଣି ହର୍ମୁଜ୍ ପ୍ରଣାଳୀ ବନ୍ଦ କଲା ଇରାନ: ଆମେରିକା ଉପରେ ଆଣିଲା ଯୁଦ୍ଧବିରତି ଉଲ୍ଲଂଘନ ଅଭିଯୋଗ
  • ଶିକ୍ଷକଙ୍କ ଅକାଳ ଦେହାନ୍ତ, ଶିକ୍ଷା ମଣ୍ଡଳୀରେ ଶୋକର ଛାୟା
  • ଡି ପି ଏସ କଳିଙ୍ଗ ଛାତ୍ରୀ ଆଦ୍ୟାଶାଙ୍କ ସଫଳତା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In