• About Us
  • Contact Us
Tuesday, August 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସରକାରଙ୍କ ବଡ଼ ପଦକ୍ଷେପ, ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା

by Voice of Victims
August 4, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଫ୍ରିବିଜ୍ ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଟିପ୍ପଣୀ, ‘ମାଗଣା ଯୋଜନା ଯୋଗୁ କାମ କରିବାକୁ ବିମୁଖ ଲୋକେ’

ନୂଆଦିଲ୍ଳୀ: ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା । ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ଆଣାଯାଇଥିବା ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ସଂଶୋଧନ ବିଲ୍ ୨୦୨୬କୁ ସୋମବାର ଲୋକସଭାରେ ବାଚନିକା ଭୋଟରେ ପାରିତ ହୋଇଛି। ବିଲଟିକୁ ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉପସ୍ଥାପନ କରିଥିଲେ। ଏହି ବିଲ୍ ଅନୁଯାୟୀ ସୁପ୍ରିମକୋର୍ଟର ଅନୁମୋଦିତ ବିଚାରପତି ସଂଖ୍ୟା ୩୪ରୁ ବଢ଼ି ୩୮ ହେବ। ଅର୍ଥାତ୍ ମୁଖ୍ୟ ବିଚାରପତିଙ୍କୁ ବାଦ ଦେଲେ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି ପାଇବ।

ସରକାରଙ୍କ କହିବା ଅନୁସାରେ, ସୁପ୍ରିମକୋର୍ଟରେ ବର୍ଷ ବର୍ଷ ଧରି ରହିଥିବା ବିପୁଳ ସଂଖ୍ୟକ ମାମଲାର ଶୀଘ୍ର ସମାଧାନ ଏବଂ ନ୍ୟାୟିକ କାର୍ଯ୍ୟକ୍ଷମତା ବଢ଼ାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ସାମ୍ବିଧାନିକ ବେଞ୍ଚ ସମେତ ବିଭିନ୍ନ ମାମଲାର ଶୁଣାଣି ଅଧିକ ଦ୍ରୁତ ହୋଇପାରିବ ବୋଲି ସରକାର ଆଶା କରୁଛନ୍ତି। ଏହି ବିଲ୍ ଟି ୧୯୫୬ର ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ଆଇନରେ ସଂଶୋଧନ ଆଣୁଛି। ମେ’ ୨୦୨୬ରେ ଜାରି ହୋଇଥିବା ଅଧ୍ୟାଦେଶ ମାଧ୍ୟମରେ ବିଚାରପତି ସଂଖ୍ୟା ଅସ୍ଥାୟୀ ଭାବେ ବଢ଼ାଯାଇଥିଲା। ବର୍ତ୍ତମାନ ଏହି ବିଲ୍ ପାରିତ ହେବା ପରେ ସେହି ବ୍ୟବସ୍ଥାକୁ ସ୍ଥାୟୀ ରୂପ ଦିଆଯିବ। ତେବେ ବିଲ୍ ଟି ଆଇନରେ ପରିଣତ ହେବା ପାଇଁ ଏବେ ରାଜ୍ୟସଭାରେ ପାରିତ ହେବା ସହ ରାଷ୍ଟ୍ରପତିଙ୍କ ସମ୍ମତି ଆବଶ୍ୟକ।

Post Views: 100
Share198Tweet124Send
Voice of Victims

Voice of Victims

Recent Posts

  • ଆଇଟିଇଆରରେ ୧୦ ଦିନିଆ ଏନ୍‌‌ସିସି ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ
  • ସୋଆ ପକ୍ଷରୁ ଚେନ୍ନାଇରେ ‘ଆଲିସିପ୍‌++ ୨.୦’ ଆୟୋଜିତ
  • ସୋଆ ବିଶ୍ୱବିଦ୍ୟାଳୟରେ “ବିକଶିତ ଭାରତ ପାଇଁ ନିଶାମୁକ୍ତ ଭାରତ ଅଭିଯାନ” ଆୟୋଜିତ
  • ବିଭିନ୍ନ ବିଦ୍ୟାଳୟରେ ଅଭିଭାବକ–ଶିକ୍ଷକ ବୈଠକ ଅନୁଷ୍ଠିତ
  • ପତଞ୍ଜଳି ପକ୍ଷରୁ ଜଡ଼ିବୁଟି ଦିବସ ପାଳିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In