• About Us
  • Contact Us
Monday, October 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କୁଳାସର କ୍ଲଷ୍ଟରସ୍ତରୀୟ ‘ସୁରଭି’ ଉଦଯାପିତ, କୁନି କୁନି ପ୍ରତିଭାଙ୍କ କଳା, ଜ୍ଞାନ ଓ ସୃଜନଶୀଳତାର ଅନନ୍ୟ ମହୋତ୍ସବ

by Voice of Victims
October 12, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
କୁଳାସର କ୍ଲଷ୍ଟରସ୍ତରୀୟ ‘ସୁରଭି’ ଉଦଯାପିତ, କୁନି କୁନି ପ୍ରତିଭାଙ୍କ କଳା, ଜ୍ଞାନ ଓ ସୃଜନଶୀଳତାର ଅନନ୍ୟ ମହୋତ୍ସବ

ରଣପୁର, ୧୨/୧୦ : ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଓ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବାର ମହତ୍ ଉଦ୍ଦେଶ୍ୟ ନେଇ ଆୟୋଜିତ କୁଳାସର କ୍ଲଷ୍ଟରସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗିରିଧରପୁର ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡ଼ ପଥୁରିଆଠାରେ ଆୟୋଜିତ ହୋଇଥିଲା।

ଉଦଘାଟନୀ ସଭାରେ ଗଡ଼ ବାଣିକିଲୋ ଗ୍ରାମ ପଞ୍ଚାୟତର ସରପଞ୍ଚ ବ୍ରଜ କିଶୋର ରାଉତରାୟ ମୁଖ୍ୟ ଅତିଥି, ରଣପୁରର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଏବଂ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।

ଏହା ସହିତ କୁଳାସର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ, ତାଳକଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜ କିଶୋର ଦାସ, ନରସିଂହପୁର କ୍ଲଷ୍ଟରର ସି.ଆର.ସି.ସି. ସୁଶୀଲ କୁମାର ରଣା, ଡମସାହି କ୍ଲଷ୍ଟରର ସି.ଆର.ସି.ସି. ସନ୍ତୋଷ କୁମାର ମଲ୍ଲିକ, ବଡ଼ ପଥୁରିଆ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାମନ୍ତରାୟ, ଗିରିଧରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ମିତାରାଣୀ ମହାନ୍ତି, ସି.ଆର୍.ଜି. ରମାକାନ୍ତ ସାହୁ ଓ ବରିଷ୍ଠ ଶିକ୍ଷକ ଭାଗିରଥି ସାହୁ ପ୍ରମୁଖ ଯୋଗଦେଇଥିଲେ।

ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି ସଭାର ଶୁଭାରମ୍ଭ କରାଯାଇଥିଲା। ଶିକ୍ଷୟିତ୍ରୀ ମମତା ମହାନ୍ତି ଶ୍ଳୋକ ପାଠ କରିଥିଲେ। କୁଳାସର କ୍ଲଷ୍ଟରର ସି.ଆର.ସି.ସି. ସଞ୍ଜୟ କୁମାର ବରାଡ଼ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା |

କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଯୋଗଦେଇଥିବା ଶିଶୁ ପ୍ରତିଭାମାନେ ବିଭିନ୍ନ ପ୍ରତିଯୋଗିତାରେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ବକ୍ତୃତା, ରଚନା, ହସ୍ତାକ୍ଷର ଲିଖନ, ଗଣିତ ଦୌଡ଼, ଚିତ୍ରାଙ୍କନ, ସଙ୍ଗୀତ ଓ ନୃତ୍ୟ ଭଳି ପ୍ରତିଯୋଗିତା ଶିଶୁମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଥିଲା। ବିଶିଷ୍ଟ ଶିକ୍ଷାବିତ୍ ଅଶୋକ କୁମାର ଦାସ, ଶିକ୍ଷାବିତ୍ ବିଦେଶିନୀ ପତି ଓ ଦେବାଶିଷ ସେଠୀଙ୍କ ସମେତ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାର ମୂଲ୍ୟାଙ୍କନରେ ସହଯୋଗ କରିଥିଲେ।

ଉଦଯାପନୀ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍ ଅଶୋକ କୁମାର ଦାସ ଓ ଶିକ୍ଷାବିତ୍ ବିଦେଶିନୀ ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୁନି କୁନି ପ୍ରତିଭାମାନଙ୍କୁ ଅତିଥିମାନେ ପୁରସ୍କୃତ କରିବା ସହ ଭବିଷ୍ୟତରେ ଆହୁରି ଉନ୍ନତି କରିବାକୁ ଉତ୍ସାହିତ କରିଥିଲେ।

ଏହି ସଫଳ ଆୟୋଜନରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସହଯୋଗ ଉଲ୍ଲେଖନୀୟ ଥିଲା। ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ଶିକ୍ଷାକୁ ଆନନ୍ଦମୟ ଓ ସୃଜନଶୀଳ କରିବା ଦିଗରେ ‘ସୁରଭି’ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ପ୍ରତିପାଦିତ ହୋଇଛି।

Post Views: 45
Share204Tweet127Send
Voice of Victims

Voice of Victims

Recent Posts

  • ମହାସମାରୋହରେ ଉଦଯାପିତ ହେଲା ଚତୁର୍ଥ ବାର୍ଷିକ ‘ମା’ କନକଦୁର୍ଗା ମହୋତ୍ସବ’
  • କୁଳାସର କ୍ଲଷ୍ଟରସ୍ତରୀୟ ‘ସୁରଭି’ ଉଦଯାପିତ, କୁନି କୁନି ପ୍ରତିଭାଙ୍କ କଳା, ଜ୍ଞାନ ଓ ସୃଜନଶୀଳତାର ଅନନ୍ୟ ମହୋତ୍ସବ
  • ବରିଷ୍ଠ ନାଗରିକ ତୀର୍ଥଯାତ୍ରର ଶୁଭାରମ୍ଭ
  • ସୁନା ଖଣିରେ ଏୟାରଷ୍ଟ୍ରାଇକ: ୭୨ ଶ୍ରମିକ ନିହତ
  • ପ୍ଲାଣ୍ଟ ବିବାଦକୁ ନେଇ ଭୟଙ୍କର ସଂଘର୍ଷ, ପୂର୍ବତନ ବିଧାୟକଙ୍କୁ ପିଟିପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In