• About Us
  • Contact Us
Monday, October 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବରିଷ୍ଠ ନାଗରିକ ତୀର୍ଥଯାତ୍ରର ଶୁଭାରମ୍ଭ

by Voice of Victims
October 12, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ବରିଷ୍ଠ ନାଗରିକ ତୀର୍ଥଯାତ୍ରର ଶୁଭାରମ୍ଭ

ବାଲେଶ୍ଵର ( ଭିଓଭି ) ୧୨/୧୦ – ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପଞ୍ଚମ ପର୍ଯ୍ୟାୟ ରେ ଆଜି ବାଲେଶ୍ୱରରୁ ବାରାଣସୀ ଓ ଅଯୋଧ୍ୟା ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମ ଆରମ୍ଭ କରାଗଲା । ଓଡ଼ିଶା ସରକାରଙ୍କ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର, ଉପ ମୂଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ , ସଦରର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ବାଲେଶ୍ଵର ଜିଲ୍ଲାପାଳ ମହୋଦୟ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥି ଯୋଗଦେଇ ତୀର୍ଥଯାତ୍ରା ର ଶୁଭାରମ୍ଭ କରିଥିଲେ । ଉତ୍ତର ଓଡ଼ିଶାର ୫ ଜିଲ୍ଲାରୁ ୭୭୫ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରୁଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିରେ ବାଲେଶ୍ଵର ରୁ ୧୮୦ , କେନ୍ଦୁଝର ଜିଲ୍ଲାରୁ ୧୪୦ , ଯାଜପୁରରୁ ୧୪୨ , ମୟୁରଭଞ୍ଜ ରୁ ୧୯୬ , ଭଦ୍ରକ ରୁ ୧୧୭ ଜଣଙ୍କୁ ମିଶାଇ ମୋଟ ୭୭୫ ଜଣ ଯାତ୍ରା କରୁଛନ୍ତି ।

ଏହି ତୀର୍ଥଯାତ୍ରା ବରିଷ୍ଠ ନାଗରିକମାନଙ୍କର ଦୀର୍ଘଦିନର ଆଶା ପୂରଣ କରିବା ସହ ସେମାନଙ୍କୁ ପବିତ୍ର ତୀର୍ଥସ୍ଥଳୀ ଦର୍ଶନର ଏକ ସୁନ୍ଦର ସୁଯୋଗ ପ୍ରଦାନ କରିବ । ଯାତ୍ରା ଓ ରହଣି ସମୟରେ ରାତ୍ରୀ ଜଗୁଆଳୀ , ଗାଇଡ , ଭ୍ରମଣ ବୀମା , ଚିକିତ୍ସା ଇତ୍ୟାଦି ସୁବିଧା ଆଇଆରସିଟିସି ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଗତକାଲି ଠାରୁ ତାଲିକାଭୂକ୍ତ ସମସ୍ତ ନାଗରିକ ଙ୍କ ର ପଞ୍ଜୀକରଣ ଏବଂ ରହିବା ବ୍ୟବସ୍ଥା କରାଯାଇଥିଲା ।

Post Views: 106
Share200Tweet125Send
Voice of Victims

Voice of Victims

Recent Posts

  • ମହାସମାରୋହରେ ଉଦଯାପିତ ହେଲା ଚତୁର୍ଥ ବାର୍ଷିକ ‘ମା’ କନକଦୁର୍ଗା ମହୋତ୍ସବ’
  • କୁଳାସର କ୍ଲଷ୍ଟରସ୍ତରୀୟ ‘ସୁରଭି’ ଉଦଯାପିତ, କୁନି କୁନି ପ୍ରତିଭାଙ୍କ କଳା, ଜ୍ଞାନ ଓ ସୃଜନଶୀଳତାର ଅନନ୍ୟ ମହୋତ୍ସବ
  • ବରିଷ୍ଠ ନାଗରିକ ତୀର୍ଥଯାତ୍ରର ଶୁଭାରମ୍ଭ
  • ସୁନା ଖଣିରେ ଏୟାରଷ୍ଟ୍ରାଇକ: ୭୨ ଶ୍ରମିକ ନିହତ
  • ପ୍ଲାଣ୍ଟ ବିବାଦକୁ ନେଇ ଭୟଙ୍କର ସଂଘର୍ଷ, ପୂର୍ବତନ ବିଧାୟକଙ୍କୁ ପିଟିପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In