ଓଡଗାଁ,(ଆଦର୍ଶ କୁମାର ପଟ୍ଟନାୟକ): ସମ୍ପ୍ରତି ଭାରତ ସରକାରଙ୍କ ଦ୍ୱାରା ସେନା ବାହିନୀରେ ଯୋଗ ଦେବା ନିମନ୍ତେ ପ୍ରଚଳିତ ଅଗ୍ନିବୀର ଯୋଜନା ଅନୁସାରେ ଜଳ, ସ୍ଥଳ ଓ ଆକାଶ ବାହିନୀର ବିଭିନ୍ନ ତାଲିମ କେନ୍ଦ୍ରରେ ସଫଳତାର ସହିତ ଅଗ୍ନିବୀର ଜବାନ ତାଲିମ ଗ୍ରହଣ କରିବା ସହିତ ନିଜ କର୍ମ ଭୂମିରେ ଯୋଗ ଦେଉଛନ୍ତି | ଏ ପରିପ୍ରେକ୍ଷୀରେ ପୋଣ୍ଡା (ଗୋଆ )ସ୍ଥିତ ସିଗନାଲ କର୍ପସର ମିଲିଟାରୀ କ୍ୟାମ୍ପରୁ 8ମ ବ୍ୟାଚରେ ତାଲିମ ଗ୍ରହଣ କରିଥିବା 726 ଜଣ ଅଗ୍ନିବୀରଙ୍କ ପ୍ରେଷ୍ଟିଜିୟସ ପାସିଙ୍ଗ ଆଉଟ ପ୍ୟାରେଡ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିମଧ୍ୟରୁ ଓଡ଼ିଶାର ପ୍ରବୀଣ କୁମାର ସାହୁ (କଟକ ), ଦେବାଶିଷ ଜେନା (ନୟାଗଡ଼ ), ମାନସ କୁମାର ସାହୁ (ନୟାଗଡ଼ ), ପ୍ରଶାନ୍ତ ବାରିକ (ଭଦ୍ରକ )ଓ ରିତେଶ କୁମାର ଜେନା (ପୁରୀ ) 5 ଓଡ଼ିଆ ଅଗ୍ନିବୀର ସାମିଲ ଥିବା ଜଣାଯାଇଛି | ପାସିଂ ଆଉଟ ପ୍ୟାରେଡ ଅଗ୍ନିବୀରଙ୍କ କଠୋର ତାଲିମ ସମାପ୍ତିର ଏକ ଗୁରୁତ୍ୱପୂର୍ଣ ମାଇଲଖୁଣ୍ଟ | ଅଗ୍ନିବୀରମାନେ 10 ସପ୍ତାହର ମୌଳିକ ସାମାରିକ ତାଲିମ ଏବଂ 14 ସପ୍ତାହର ସଘନ ଉନ୍ନତ ସାମାରିକ ତାଲିମ ଗ୍ରହଣ କରିଥିବା ବେଳେ ଯେଉଁଥିରେ ଉଭୟ ତାତ୍ଵିକ ଓ ବ୍ୟବହାରିକ ଶିକ୍ଷା ଅନ୍ତର୍ଭୁକ୍ତ ଥିଲା | ଏହି ତାଲିମ ସେମାନଙ୍କୁ ଦକ୍ଷ ଯୋଦ୍ଧା ହେବାପାଇଁ ଆବଶ୍ୟକୀୟ ଦକ୍ଷତା ଓ ଜ୍ଞାନ ସହିତ ସଜ୍ଜିତ କରିଥାଏ | ଏହା କେବଳ ଅଗ୍ନିବୀରଙ୍କ ସଫାକତାର ଉତ୍ସ ନୁହେଁ ବରଂ ସେମାନଙ୍କ ଭାରତୀୟ ସେନାରେ ସେମାନଙ୍କ ଯାତ୍ରା ଆରମ୍ଭ ସହିତ ସେମାନଙ୍କ ପରିବାର ଏବଂ ସମଗ୍ର ଦେଶ ପାଇଁ ମହାନ ଗର୍ଵ ଓ ଗୌରବର ମୁହୂର୍ତ | 6 ବୈଷୟିକ ତାଲିମ ରେଜିମେଣ୍ଟ (6 ଟି ଟି ଆର )କାମାଣ୍ଡିଙ୍ଗ ଅଫିସର କର୍ଣ୍ଣଲ ଶାନ୍ତନୁ କୌଶିକ ପରେଡ ସମୀକ୍ଷା କରିବା ସହିତ ଅଗ୍ନିବୀରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭାରତୀୟ ସେନାର କର୍ତ୍ତବ୍ୟ, ସମ୍ମାନ ଓ ମୂଳ ମୂଲ୍ୟବୋଧକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ | ଓଡ଼ିଆ ଅଫିସର ମେଜର ରାକେଶ ପାଣି, ମେଜର ଜଗବୀର, ମେଜର ରାମାଜୟମ ଏମ ଏବଂ ସୁବେଦାର ମେଜର ମହେନ୍ଦ୍ର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଉଲ୍ଲେଖଯୋଗ୍ୟ ଅଗ୍ନିବୀରଙ୍କୁ ମୁଖ୍ୟତଃ ସୁବେଦାର ମେଜର ରଞ୍ଜନ କୁମାର ପଟ୍ଟନାୟକ, ବରିଷ୍ଠ ତାଲିମ ଜେସିଓଙ୍କ ସହିତ ସୁବେଦାର ପିକେ ବାରିକ (ଡ୍ରିଲ ), ସୁବେଦାର ବି ପ୍ରଧାନ (ରେଡ଼ିଓ ), ହାବିଲଦାର ମନୋଜ କୁମାର ଗୁପ୍ତା (ଟେଲିଫୋନ ଏକ୍ସଚେଞ୍ଜ )ହାବିଲଦାର ଏମ କେ ପାଣି (ସିଗନାଲ ଇଣ୍ଡିଲିଜେନ୍ସ )ହାବିଲଦାର ସି ଜେନା (ଡ୍ରୋନ ), ହାବିଲଦାର ଏନକେ ବେହେରା (ରେଡ଼ିଓ )ଓ ହାବିଲଦାର ଏମଡି ଫ୍ୟାଜ (ସିଗନାଲ ଇଣ୍ଡିଲେଜେନ୍ସ )ବିଷୟରେ ସଫଳତାର ସହିତ ତାଲିମ ପ୍ରଦାନ କରିଥିଲେ | ଅନ୍ୟପକ୍ଷେ ଆଗାମୀ ଦିନରେ ଅଧିକରୁ ଅଧିକ ଓଡ଼ିଆ ଯୁବକ ଅଗ୍ନିବୀରରେ ଅଂଶଗ୍ରହଣ କରିବାକୁ ମେଜର ପାଣିଙ୍କ ସମେତ ଓଡ଼ିଆ ତାଲିମ ଦାତା ମାନେ ଅନୁରୋଧ କରିଛନ୍ତି
