• About Us
  • Contact Us
Monday, June 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞର ପୂର୍ଣ୍ଣାହୁତି

by Voice of Victims
January 28, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞର ପୂର୍ଣ୍ଣାହୁତି

ରଣପୁର, ୨୭/୦୧ : ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟସ୍ଥିତ ପ୍ରସିଦ୍ଧ ମା’ ଅସୁରକୁମାରୀ ଦେବୀଙ୍କ ପବିତ୍ର ପୀଠରେ ଚାଲିଥିବା ପଞ୍ଚାଦିନ ବ୍ୟାପୀ ବିଶ୍ୱଶାନ୍ତି ଗୀତ ମହାଯଜ୍ଞ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ପୂର୍ଣ୍ଣାହୁତି ସହ ସମାପ୍ତ ହୋଇଛି। ପ୍ରାଚୀନ ସଂସ୍କୃତିର ପୁନରୁଦ୍ଧାର ଓ ସତ୍ୟଧର୍ମ–ନୀତିର ପ୍ରଚାର ଉଦ୍ଦେଶ୍ୟରେ ଆୟୋଜିତ ଏହି ମହାଯଜ୍ଞରେ ଶତାଧିକ ଭକ୍ତ ସାମିଲ ହୋଇଥିଲେ।

ମାଘ ଶୁକ୍ଳପକ୍ଷ ପଞ୍ଚମୀ ଠାରୁ ଆରମ୍ଭ ହୋଇଥିବା ଏହି ମହାଯଜ୍ଞରେ ଅଙ୍କୁରରୋପଣ, ଦେବଦେବୀ ବରଣ, କଳସଯାତ୍ରା, ସୂର୍ଯ୍ୟପୂଜା, ଅଖଣ୍ଡ ଯଜ୍ଞ, ସଂକୀର୍ତ୍ତନ, ପ୍ରସାଦ ସେବନ ଓ ବିଭିନ୍ନ ଧାର୍ମିକ–ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ଣ୍ଣାହୁତି ଦିନ ଯଜ୍ଞାଗ୍ନିରେ ଆହୁତି ଦେଇ ଭକ୍ତମାନେ ବିଶ୍ୱଶାନ୍ତି, ସମୃଦ୍ଧି ଓ ସୁଖସମୃଦ୍ଧ ଜୀବନ ପାଇଁ ପ୍ରାର୍ଥନା କରିଥିଲେ।

ମହାଯଜ୍ଞ ଅବସରରେ ପ୍ରତ୍ୟେକ ଦିନ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମା’ ଅସୁରକୁମାରୀ ଚାରିଟେବଲ୍ ଟ୍ରଷ୍ଟ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ପୂର୍ଣ୍ଣାହୁତି ଅବସରରେ ଟ୍ରଷ୍ଟ ପକ୍ଷରୁ କୋଣାଅନୁକୋଣରୁ ଆସିଥିବା ସମସ୍ତ ଭକ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଏପରି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ସୂଚନା ଦିଆଯାଇଛି।

Post Views: 52
Share200Tweet125Send
Voice of Victims

Voice of Victims

Recent Posts

  • ଶେଖ ହସିନା ଫେରିବେ ବାଂଲାଦେଶ! ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଲେ ମନର କଥା
  • ଆସାମରେ ବନ୍ୟା ବିତ୍ପାତ, ୨୨ ହଜାର ପ୍ରଭାବିତ, ଅମିତ ଶାହ ଦେଲେ ସହାୟତା କରିବାର ପ୍ରତିଶ୍ରୁତି
  • ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ
  • ନୟାଗଡ଼ ଜିଲ୍ଲାପାଳଙ୍କ ରଣପୁର ବ୍ଲକରେ ଜନ ଶୁଣାଣି ଶିବିର ଅନୁଷ୍ଠିତ
  • ସେସେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ପ୍ରଧାନମନ୍ତ୍ରୀ ମୋଦି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In