ଭୁବନେଶ୍ୱର : ଆଗାମୀ ୩ ଦିନ ପାଇଁ ଓଡ଼ିଶାର କୌଣସି ଜିଲ୍ଲାରେ ବର୍ଷା କିମ୍ବା ଅନ୍ୟ କୌଣସି ପାଣିପାଗ ଚେତାବନୀ ନାହିଁ । ପାଗ ଶୁଖିଲା ରହିବ । ୧ ରୁ ୨ ଡିଗ୍ରୀ ବଢିପାରେ ଦିନ ତାପମାତ୍ରା । ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି । ଆଗାମୀ ୨୪ ଘଣ୍ଟାରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟରୁ ମୌସୁମୀ ବାୟୁ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ହେବ ।
ଆଜି ସକାଳ ୮ଟା ୩୦ ସୁଦ୍ଧା ଓଡ଼ିଶାରେ ଶୁଖିଲା ପାଗ ରେକର୍ଡ ହୋଇଛି । ଝାରସୁଗୁଡ଼ାର ଗୋଟିଏ-ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ଦେଖାଯାଇଥିଲା । ଗତ ୨୪ ଘଣ୍ଟାରେ ନୟାଗଡ଼ରେ ସର୍ବାଧିକ ୩୬.୦° ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୨୦.୦° ସେଲସିୟସ୍ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ବର ରେ ୩୫.୫ ଡିଗ୍ରୀ ଓ କଟକରେ ୩୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ପୁଣି ଆସୁଛି ବର୍ଷା । ଭଜିବ ଦଶହରା । ଭାରତୀୟ ପାଣିପାଗ କେନ୍ଦ୍ରର ଆକଳନ ୧୨ ଅକ୍ଟୋବର ପାଖାପାଖି ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣି ପ୍ରବାହ ଗଠନ ହୋଇପାରେ । ଏହା ୧୩ ଅକ୍ଟୋବର ବେଳକୁ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ଗଠନ ହୋଇପାରେ । ୧୫ ଅକ୍ଟୋବର ପାଖାପାଖି: ଦକ୍ଷିଣ-ମଧ୍ୟ କିମ୍ବା ତାହା ସହିତ ଲାଗିଥିବା ମଧ୍ୟ ବଙ୍ଗୋପସାଗରରେ ଦୁର୍ବଳ ଅବପାତ ଗଠନ ହୋଇପାରେ । ୧୫ ଅକ୍ଟୋବର ପରେ: ଗତିପଥ ଓ ଶକ୍ତି ବିଷୟରେ ଅନିଶ୍ଚିତତା ରହିଛି ।
