• About Us
  • Contact Us
Saturday, June 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପାମ୍ପଡ଼ା ବିଦ୍ୟାଳୟରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ

by Voice of Victims
June 12, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପାମ୍ପଡ଼ା ବିଦ୍ୟାଳୟରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ

ରଣପୁର, ୧୨/୬ : ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟର ଅନ୍ତର୍ଗତ ପାମ୍ପଡ଼ା ବିଦ୍ୟାଳୟରେ ତାଲୁକ ଆଇନ୍ ସେବା କମିଟି ପକ୍ଷରୁ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରଣପୁର କୋର୍ଟର ବିଚାରପତି ଶ୍ରୀଦିପ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ଶ୍ରମ ନିରାକରଣ ଓ ସମସ୍ତ ଶିଶୁଙ୍କୁ ଶିକ୍ଷାର ସୁଯୋଗ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।

ସମ୍ମାନିତ ଅତିଥି ଭାବେ ଆଇନଜୀବୀ ସୁବାଶ ଚନ୍ଦ୍ର ଜେନା, କୃପାସିନ୍ଧୁ ବେହେରା, ପ୍ରିୟବ୍ରତ ପ୍ରହରାଜ, ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ, ସି.ଆର.ସି.ସି ସୁଶୀଲ କୁମାର ରଣା ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ୟାମସୁନ୍ଦର ନାୟକ ଯୋଗଦେଇ ଶିଶୁ ଶ୍ରମ ବିରୋଧରେ ସଚେତନତାର ବାର୍ତ୍ତା ଦେଇଥିଲେ।

ପ୍ରଧାନ ଶିକ୍ଷୟିତ୍ରୀ ମଧୁଛନ୍ଦା ମହାନ୍ତିଙ୍କ ନେତୃତ୍ୱରେ ବରିଷ୍ଠ ଶିକ୍ଷୟତ୍ରୀ ବୀଣାପାଣି ମିଶ୍ରଙ୍କ ସହଯୋଗରେ ସହକାରୀ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣପ୍ରଭା ସିଂହଦେଓ ଓ ପ୍ରଭାତି ପରିଡ଼ା କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ। ଶେଷରେ ଶିଶୁ ଶ୍ରମମୁକ୍ତ ସମାଜ ଗଠନ ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।

Post Views: 76
Share202Tweet126Send
Voice of Victims

Voice of Victims

Recent Posts

  • ପାମ୍ପଡ଼ା ବିଦ୍ୟାଳୟରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ
  • ପତଞ୍ଜଳି ପକ୍ଷରୁ ବୈଦିକ ଯଜ୍ଞ ଅନୁଷ୍ଠିତ
  • ନିଟ୍-ୟୁଜି ପୁନଃ ପରୀକ୍ଷା ପାଇଁ ଏନଟିଏର ବଡ଼ ପରିବର୍ତ୍ତନ, ୧୫ ମିନିଟ୍ ଅଧିକ ସମୟ ଏବଂ ବଢିଲା ରଫ୍ ପେଜ୍ ସଂଖ୍ୟା
  • ବଢ଼ିଲା ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା: ସାମ୍ପ୍ରଦାୟିକ ମନ୍ତବ୍ୟ ପାଇଁ ମାମଲା ରୁଜୁ
  • ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସରଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In