• About Us
  • Contact Us
Friday, August 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆୟୁର୍ବେଦିକ ରସମନ୍ଥନ କାର୍ଯ୍ୟକ୍ରମ ଉଦଯାପିତ

by Voice of Victims
December 10, 2023
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଆୟୁର୍ବେଦିକ ରସମନ୍ଥନ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ବର: ରାଜ୍ୟର ଆସ୍ଥା ଫାଉଣ୍ଡେସନ ଆନୁକୂଲ୍ୟରେ ଆନ୍ତଃ ଜାତୀୟ ଆୟୁର୍ବେଦିକ ରସ ମନ୍ଥନ କାର୍ଯ୍ୟକ୍ରମ ୯ ଓ ୧୦ଦୁଇ ଦିନ ଧରି ଭୁବନେଶ୍ୱର ସ୍ଥିତ ବିବେକାନନ୍ଦ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଆୟୁର୍ବେଦିକ ରିସର୍ଚ୍ଚ ଏବଂ ଅନୁସନ୍ଧାନ ପରିଷଦର ମହାନିର୍ଦେଶକ ପ୍ରଫେସର ଡା ରବିନାରାୟଣ ଆଚାର୍ଯ୍ୟ, ଆନ୍ତଃ ଜାତୀୟ ଖ୍ୟାତି ସମ୍ପନ୍ନ ଆୟୁର୍ବେଦିକ ଚିକିତ୍ସାକ ତଥା ବାଙ୍ଗାଲୋର ସ୍ଥିତ ବୈଦ୍ୟ ଚନ୍ଦ୍ର ପ୍ରକାଶ କ୍ୟାନସର ରିସର୍ଚ୍ଚ ଫାଉଣ୍ଡେସନ ନିର୍ଦ୍ଦେଶକ ପଦ୍ମଶ୍ରୀ ଡା ବାଲେନ୍ଦୁ ପ୍ରକାଶ,କର୍ଣ୍ଣାଟକର ସୁନାମଧନ୍ୟ ପ୍ରଫେସର ଡା ଏମ. ଗୋପୀ କୃଷ୍ଣନ,ପ୍ରଫେସର ଡା କାମଦେବ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ଆୟୁର୍ବେଦିକ ର ମୁଖ୍ୟ ଲକ୍ଷ ସ୍ୱାସ୍ଥ୍ୟ ସଂରକ୍ଷଣ ଏବଂ ରୋଗ ଚିକିତ୍ସା ସୂତ୍ର, ଆୟୁର୍ବେଦିକ ରସ ଉଷଧିର ଗୁଣବତ୍ତା ଦ୍ବାରା କିଭଳି ଶରୀରରେ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ଏବଂ ଦୁରାରୋଗ୍ୟ ରୁ ପ୍ରାଣୀସମାଜ ମୁକ୍ତି ପାଇବେ ତାର ଚମତକାରୀତା ବର୍ଣ୍ଣନା କରିଥିଲେ। ଓଡ଼ିଶା ରେ ଆୟୁର୍ବେଦିକ ପାଇଁ ପ୍ରାଚୁର୍ଯ୍ୟ ଥିଲେ ମଧ୍ୟ ଏହାର ସଦୁପଯୋଗ ହୋଇପାରୁନାହିଁ ବୋଲି ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେନବୀନ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ସଂଯୋଜକ ଶ୍ରୀମୟୀ ମିଶ୍ର, ଦୁର୍ଗ ସ୍ଥିତ ଭାରତୀ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ଡା ମାନସ ରଞ୍ଜନ ହୋତା, କେ ଟି ଏସ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ପ୍ରଫେସର ଡା ବିପିନ ବିହାରୀ ଖୁଣ୍ଟିଆ,କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ର ଉପକୂଳ ପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ମୁଖ୍ୟ ବିଭାଗୀୟ ପ୍ରଫେସର ଶିବ ବ୍ରତ ବେହେରା, ଆସିଷ୍ଟାଣ୍ଟ ପ୍ରଫେସର ଡା ସୁଶାନ୍ତ କୁମାର ମେହେର,ପ୍ରଫେସର ଡା ବିଶ୍ୱଜିତ ଦାସ, ପ୍ରଫେସର ଡା ଭବାନୀ ଶଙ୍କର ପାଲ ଯୋଗ ଦେଇ ନିଜର ମତ ରଖିଥିଲେ। ସେହିପରି ଡା ଭୀମସେନ ବେହେରା, ପ୍ରଫେସର ଡା ମଦନ ମୋହନ ପାଢ଼ୀ, ଭୁବନେଶ୍ୱର ସ୍ଥିତ ଆୟୁର୍ବେଦିକ ରିସର୍ଚ୍ଚ ଏବଂ ଅନୁସନ୍ଧାନ କେନ୍ଦ୍ର ନିର୍ଦେଶକ ଡା ଏମ ଏମ ରାଓ ,ଆସ୍ଥା କାର୍ଯ୍ୟ ନିର୍ବାହୀ ସଦସ୍ୟ ଡା ମନୋରଞ୍ଜନ ସାହୁ ପ୍ରମୁଖ ବହୁ ପ୍ରତିଷ୍ଠିତ ଆୟୁର୍ବେଦିକ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ।ଏହି ଉପଲକ୍ଷେ ଏକ ସ୍ମରଣୀକା ଉନ୍ମୋଚିତ ହୋଇଥିଲା।ରାଜ୍ୟ ର ସମସ୍ତ ଆୟୁର୍ବେଦିକ କଲେଜ ରୁ ବହୁସଂଖ୍ୟକ ପ୍ରଫେସର, ଡାକ୍ତର, ଆୟୁଷ ସ୍କଲାର ପ୍ରମୁଖ ଉପସ୍ଥିତ ରହି ଏହି ଆନ୍ତଃ ଜାତୀୟ ସେମିନାର ରେ ଅଂଶ ଗ୍ରହଣ କରିଥିଲେ। ଆସ୍ଥା ଫାଉଣ୍ଡେସନ ର ସାଙ୍ଗଠନିକ ସମ୍ପାଦକ ଡା ଅମ୍ବିକା ପ୍ରସାଦ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମ ରେ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଶିବିର, ଆୟୁର୍ବେଦିକଔଷଧୀୟ ଓ ପୁସ୍ତକମେଳା ସହିତ ସନ୍ଧ୍ୟାରେବିଭିନ୍ନ ସଂସ୍କୃତକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Post Views: 550
Share198Tweet124Send
Voice of Victims

Voice of Victims

Recent Posts

  • ସ୍ମୃତି, ସମ୍ମାନ ଓ ସ୍ୱାଗତର ମିଳନ: ରାଜସୁନାଖଳା ଡାଏଟରେ ଆୟୋଜିତ ସମ୍ବର୍ଦ୍ଧନା ସଭା
  • ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
  • ପୁରୀ ମୁନିସିପାଲିଟି ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ସତର୍କତା: ଗୋଟିଏ ଦିନ ପାଇଁ କଡା ନିର୍ଦ୍ଦେଶ ଜାରି କଲେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ
  • ମହିଳାଙ୍କୁ ମିଳିବ ସୁନା କଏନ, ପିଲାଙ୍କୁ ମିଳିବ ୫ ଲକ୍ଷର AI ସ୍କିଲ୍ ଟ୍ରେନିଂ
  • ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ବିଧାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In