• About Us
  • Contact Us
Sunday, September 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ‘କରି-ଓ-ସିଟି ୨.୦’ ଆୟୋଜିତ

by Voice of Victims
September 19, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ‘କରି-ଓ-ସିଟି ୨.୦’ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ଖାଦ୍ୟ ପରଂପରା, ସଂସ୍କୃତି, ଐତିହ୍ୟ, ଆଂଚଳିକ ବ୍ୟଞ୍ଜନ ଓ ରନ୍ଧନ କୌଶଳକୁ ନେଇ କୁଇଜ୍ ପ୍ରତିଯୋଗିତା ‘କରି-ଓ-ସିଟି ୨.୦’ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ଆୟୋଜିତ ହୋଇଯାଇଛି । ସମ୍ ଡାଏଗ୍ନୋଷ୍ଟିକ୍‌ସ ଓ ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ମିଳିତ ସହଯୋଗରେ ଏବଂ ଇକିଗାଇ ଭେନ୍‌ଚର୍ସର ପରିଚାଳନାରେ ଆୟୋଜିତ ଏହି କୁଇଜ ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲ, କଲେଜ ଓ କର୍ପୋରେଟ୍ ସଂସ୍ଥାର ୫୦ରୁ ଅଧିକ ଦଳ ଅଂଶଗ୍ରହଣ କରିଥିଲେ ।

ଇକିଗାଇ ଭେନ୍‌ଚର୍ସର ପ୍ରତିଷ୍ଠାତା ତଥା ଚିଫ୍ କ୍ରିଏଟିଭ୍ ଅଫିସର ଶ୍ରୀ କଳ୍ପିତ କାୟ ମହାନ୍ତିଙ୍କ ପରିକଳ୍ପନା ଓ ସଂଯୋଜନାରେ ଆୟୋଜିତ ଏହି କୁଇଜ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶାର ଆଂଚଳିକ ଖାଦ୍ୟ, ରନ୍ଧନ ଇତିହାସ, ପାରଂପରିକ ଖାଦ୍ୟ ପ୍ରସ୍ତୁତି ଓ ଖାଦ୍ୟ ସହ ଜଡ଼ିତ ସାଂସ୍କୃତିକ ପରଂପରା ଉପରେ ବିଭିନ୍ନ ପ୍ରଶ୍ନ ଓ ରାଉଣ୍ଡ ରହିଥିଲା । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଓ କର୍ମଜୀବୀମାନଙ୍କୁ ଏକ ମଂଚରେ ଏକତ୍ରିତ କରିବା ସହ ଓଡ଼ିଶାର ବିବିଧ ଖାଦ୍ୟ ପରଂପରାକୁ ଜାଣିବା ଓ ଅନୁସନ୍ଧାନ କରିବାର ସୁଯୋଗ ଦେଇଥିଲା ।

ଏହି ପ୍ରତିଯୋଗିତାରେ ଅନୁରାଗ ଓ ଦିବ୍ୟଜ୍ୟୋତିଙ୍କ ଟିମ୍ ବିଜେତା ହୋଇଥିବା ବେଳେ ସିଦ୍ଧାର୍ଥ ଓ ଇଭାନ୍‌ଙ୍କ ଟିମ୍ ପ୍ରଥମ ରନର-ଅପ୍ ହୋଇଥିଲେ । ମୁକ୍ତି ଓ ରୋନିଶାଙ୍କ ଟିମ୍ ଦ୍ୱିତୀୟ ରନର-ଅପ୍ ବିଜେତା ହୋଇଥିଲେ । କାର୍ଯ୍ୟକ୍ରମରେ ମାଷ୍ଟରଚେଫ୍ ଫାଇନାଲିଷ୍ଟ ସ୍ମୃତିଶ୍ରୀ ସିଂହ ଏବଂ ଫୁଡ ଇନ୍‌ଫ୍ଲୁଏନ୍ସର ରୋହିତ ଶ୍ରୀବାସ୍ତବ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ସେମାନେ ଯୁବପିଢ଼ି ମଧ୍ୟରେ ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟ ପରଂପରା ପ୍ରତି ଆଗ୍ରହ ବଢ଼ାଇବା ସହ ଏହାର ସଂରକ୍ଷଣ ଓ ପ୍ରଚାର ଉପରେ ଗୁରୁତ୍ୱ ଦେଇଥିଲେ ।

ଏକ୍ସଆଇଏମ୍‌ବିର ପୁରାତନ ଛାତ୍ର କଳ୍ପିତଙ୍କ ଦ୍ୱାରା ଗଠିତ ଇକାଗାଇ ଭେନ୍‌ଚର୍ସ ଏକ ଭିଡିଓ ପ୍ରଡକ୍ସନ୍ ଓ ବ୍ରାଣ୍ଡ୍ ଷ୍ଟୋରିଟେଲିଂ ଷ୍ଟୁଡିଓ ଯାହା ପକ୍ଷରୁ ‘କରି-ଓ-ସିଟି’ ର ଆୟୋଜନ କରାଯାଇଛି । ଏହି ଅବସରରେ କଳ୍ପିତ କହିଥିଲେ, “କରି-ଓ-ସିଟି’ର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଖାଦ୍ୟ ସଂସ୍କୃତିକୁ ଆଗାମୀ ପିଢ଼ି ନିକଟରେ ପହଂଚାଇବା । ଖାଦ୍ୟ ଭଳି ଏକ ନିଜସ୍ୱ ଅନୁଭବ ସହ ଜଡ଼ିତ ବିଷୟକୁ ନେଇ ସ୍କୁଲ, କଲେଜ ଓ କର୍ପୋରେଟ୍ ଟିମ୍‌ଗୁଡ଼ିକ ଏକ ମଂଚରେ ପ୍ରତିଯୋଗିତା କରିବା ଏହି ପ୍ରୟାସର ଉଦ୍ଦେଶ୍ୟକୁ ବହନ କରୁଛି ।”

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ଭାଷା ଓ ସାହିତ୍ୟ ରେ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଲେ ପୁରୀ ର ଗୀତାଞ୍ଜଳି ପଣ୍ଡା
  • ସାକ୍ଷରତାର ନୂଆ ସକାଳ: ରଣପୁରରେ ଉଲ୍ଲାସ ପରୀକ୍ଷା, ସାମିଲ ହେଲେ ୬ ହଜାର ପରୀକ୍ଷାର୍ଥୀ, ପରୀକ୍ଷାର୍ଥୀଙ୍କ ସହ କଥା ହେଲେ ଅତିରିକ୍ତ ନିର୍ଦ୍ଦେଶିକା
  • ଭାରତକୁ ଭୟଙ୍କର ସୁପର ଏଲ୍ ନିନୋ ସଙ୍କଟ, ଜରୁରୀକାଳୀନ ଚେତାବନୀ ଜାରି କଲେ ପରିବେଶବିତ୍
  • ରେଲିଂ ଭାଙ୍ଗି ପୋଲ ତଳକୁ ଖସିପଡିଲା BMW, ୩ ମୃତ ଓ ଜଣେ ଗୁରୁତର ଆହତ
  • ଓରାଙ୍ଗଉଟାନ ରହସ୍ୟ ଖୋଲିବାକୁ କ୍ରାଇମବ୍ରାଞ୍ଚ STFର ଜୋରଦାର ତଦନ୍ତ, CCTV ଯାଞ୍ଚ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In