• About Us
  • Contact Us
Monday, September 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆମ ବସ୍‌ ରୁଟ୍‌-୨୬ ପୁନଃ ଚକେଇସିଆଣିରୁ ଚଳାଚଳ ଦାବି, ବସ୍‌ ଧରିବା ପାଇଁ ୨ କିଲୋମିଟର ଚାଲୁଛନ୍ତି ଲୋକେ; ବରିଷ୍ଠ ନାଗରିକ ଓ ମହିଳା ହନ୍ତସନ୍ତ

by Voice of Victims
September 18, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆମ ବସ୍‌ ରୁଟ୍‌-୨୬ ପୁନଃ ଚକେଇସିଆଣିରୁ ଚଳାଚଳ ଦାବି, ବସ୍‌ ଧରିବା ପାଇଁ ୨ କିଲୋମିଟର ଚାଲୁଛନ୍ତି ଲୋକେ; ବରିଷ୍ଠ ନାଗରିକ ଓ ମହିଳା ହନ୍ତସନ୍ତ

ଭୁବନେଶ୍ୱର: ଚକେଇସିଆଣି ଓ ସମେଇଗାଡ଼ିଆ ଅଞ୍ଚଳବାସୀଙ୍କ ଯାତାୟାତ ସମସ୍ୟା ଦୂର କରିବାକୁ ଆମ ବସ୍‌ ରୁଟ୍‌-୨୬ର ପୁରୁଣା ଆରମ୍ଭ ସ୍ଥଳକୁ ପୁନଃ ଚକେଇସିଆଣିକୁ ଫେରାଇ ଆଣିବାକୁ ଦାବି ହୋଇଛି। ଏନେଇ ସିନିୟର ସିଟିଜେନ୍ସ ଫୋରମ୍‌ ପକ୍ଷରୁ କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (CRUT)ର ଅଧ୍ୟକ୍ଷଙ୍କୁ ଚିଠି ଦିଆଯାଇଛି।

ଫୋରମ୍‌ ପକ୍ଷରୁ କୁହାଯାଇଛି ଯେ, ଆମ ବସ୍‌ ରୁଟ୍‌-୨୬ ୨୦୧୭ ମସିହାରୁ ଚକେଇସିଆଣିରୁ ଯଦୁପୁର ପର୍ଯ୍ୟନ୍ତ ଚଳାଚଳ କରିଆସୁଥିଲା। ସ୍ଥାନୀୟ ଲୋକଙ୍କ ସୁବିଧା ଅନୁସାରେ ବସ୍‌ର ଆରମ୍ଭ ସ୍ଥଳ ବିଭିନ୍ନ ସମୟରେ ପରିବର୍ତ୍ତିତ ହୋଇଥିଲା। ପ୍ରଥମେ ମଞ୍ଚନାଥ ହାଇସ୍କୁଲ୍‌, ପରେ ଡି.ଏନ୍‌. ୟୁଥ୍‌ କ୍ଲବ୍‌, ଚକେଇସିଆଣି ଏବଂ ଏହାପରେ ଦୁର୍ଗାମଣ୍ଡପ ନିକଟସ୍ଥ ସୁଲଭ ଶୌଚାଳୟ ସମ୍ମୁଖରୁ ବସ୍‌ ଚଳାଚଳ କରୁଥିଲା।

ଦୁର୍ଗାପୂଜା ସମୟରେ ଗେଟ୍‌ ନିର୍ମାଣ ଯୋଗୁଁ ବସ୍‌ର ଆରମ୍ଭ ସ୍ଥଳ ଆନନ୍ଦ ଗ୍ୟାସ୍‌ ନିକଟକୁ ସାମୟିକ ଭାବେ ସ୍ଥାନାନ୍ତର ହୋଇଥିଲା। ପରେ ରୁଟ୍‌କୁ ରାଜଧାନୀ ଇଞ୍ଜିନିୟରିଂ କଲେଜ୍‌ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ପରେ ଏହା ଏସ୍‌.କେ. ଛକରୁ ଚଳାଚଳ କରୁଥିଲା।

ତେବେ ନୂଆ ଫ୍ଲାଏଓଭର୍‌ ନିର୍ମାଣ କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ବସ୍‌ଟି ବ୍ଲୁ ହ୍ୱିଲ୍‌ ହସ୍ପିଟାଲ୍‌ ଛକରୁ ମଞ୍ଚେଶ୍ୱର ରେଳ ଷ୍ଟେସନ୍‌/ରାଜଧାନୀ ଇଞ୍ଜିନିୟରିଂ କଲେଜ୍‌ ଦିଗକୁ ଯାଉଥିବା ଫୋରମ୍‌ ଅଭିଯୋଗ କରିଛି। ଏହା ଫଳରେ ଚକେଇସିଆଣି ଓ ସମେଇଗାଡ଼ିଆର ପ୍ରାୟ ୪୦ ହଜାର ଲୋକ ଯାତାୟାତରେ ଅସୁବିଧା ଭୋଗୁଥିବା ଚିଠିରେ ଦର୍ଶାଯାଇଛି।

ବସ୍‌ ଧରିବା ପାଇଁ ଅଞ୍ଚଳବାସୀଙ୍କୁ ପ୍ରାୟ ୨ କିଲୋମିଟର ଚାଲିବାକୁ ପଡୁଥିବାରୁ ବିଶେଷକରି ବରିଷ୍ଠ ନାଗରିକ, ମହିଳା ଓ ସ୍କୁଲ୍‌ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଫୋରମ୍‌ କହିଛି। ତେଣୁ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମ ବସ୍‌ ରୁଟ୍‌-୨୬ର ଆରମ୍ଭ ସ୍ଥଳକୁ ପୁନଃ ଚକେଇସିଆଣିକୁ ଫେରାଇ ଆଣିବାକୁ ଫୋରମ୍‌ ପକ୍ଷରୁ ତୁରନ୍ତ ପଦକ୍ଷେପ ନିମନ୍ତେ ଦାବି କରାଯାଇଛି।

Post Views: 64
Share204Tweet128Send
Voice of Victims

Voice of Victims

Recent Posts

  • ଭାଷା ଓ ସାହିତ୍ୟ ରେ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଲେ ପୁରୀ ର ଗୀତାଞ୍ଜଳି ପଣ୍ଡା
  • ସାକ୍ଷରତାର ନୂଆ ସକାଳ: ରଣପୁରରେ ଉଲ୍ଲାସ ପରୀକ୍ଷା, ସାମିଲ ହେଲେ ୬ ହଜାର ପରୀକ୍ଷାର୍ଥୀ, ପରୀକ୍ଷାର୍ଥୀଙ୍କ ସହ କଥା ହେଲେ ଅତିରିକ୍ତ ନିର୍ଦ୍ଦେଶିକା
  • ଭାରତକୁ ଭୟଙ୍କର ସୁପର ଏଲ୍ ନିନୋ ସଙ୍କଟ, ଜରୁରୀକାଳୀନ ଚେତାବନୀ ଜାରି କଲେ ପରିବେଶବିତ୍
  • ରେଲିଂ ଭାଙ୍ଗି ପୋଲ ତଳକୁ ଖସିପଡିଲା BMW, ୩ ମୃତ ଓ ଜଣେ ଗୁରୁତର ଆହତ
  • ଓରାଙ୍ଗଉଟାନ ରହସ୍ୟ ଖୋଲିବାକୁ କ୍ରାଇମବ୍ରାଞ୍ଚ STFର ଜୋରଦାର ତଦନ୍ତ, CCTV ଯାଞ୍ଚ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In